ଓଡିଶା

odisha

ETV Bharat / bharat

ପାକ୍‌ ନିଜ ଦେଶ ବିଷୟରେ ଚିନ୍ତା କରିବାକୁ ଭାରତର ପରାମର୍ଶ - citizenship amendment act

ନାଗରିକତା ସଂଶୋଧନ ଆଇନକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ କଡା ଜବାବ ଦେଇଛି ଭାରତ । ଜାଣନ୍ତୁ କ'ଣ କହିଛି ଭାରତ..

india-replies-pakistan-pm-imran-khan
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 19, 2019, 10:51 AM IST

ଜେନେଭା: ନାଗରିକତା ସଂଶୋଧନ ଆଇନକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ କଡା ଜବାବ ଦେଇଛି ଭାରତ । ଆମେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ସ୍ବୀକାର କରିବୁ ନାହିଁ । ଏହା ଭାରତ ପ୍ରତି ତାଙ୍କ ଘୃଣାର ପ୍ରତୀକ । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶ ଏବଂ ସେଠାର ଲୋକଙ୍କ ଚିନ୍ତା କରନ୍ତୁ ବୋଲି ଚରମବାଣୀ ଶୁଣାଇଛି ଭାରତ ।

ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ରାଜୀବ କେ ଚନ୍ଦ୍ର ଇମରାନ ଖାନଙ୍କ ଟିପ୍ପଣୀକୁ ଖାରଜ କରି କହିଛନ୍ତି, ଆମେ ଇମ୍ରାନ ଖାନଙ୍କ ଏହି ମୂଲ୍ୟହୀନ ଓ ଅଯଥା ଟିପ୍ପଣୀକୁ ସଂପୂର୍ଣ୍ଣ ଭାବେ ଖାରଜ କରୁଛୁ । ପାକିସ୍ତାନ ମାନବାଧିକାର ଉପରେ କହୁଛି । କିନ୍ତୁ ପାକିସ୍ତାନରେ ହିଁ ଅଧିକ ମାନବଅଧିକାରର ଉଲ୍ଲଂଘନ ହେଉଛି । ସେଠାରେ ସଂଖ୍ୟଲଘୁଙ୍କ ଅନୁପାତ କ୍ରମାଗତ ହ୍ରାସ ପାଉଛି । 1947ରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅନୁପାତ 23 ପ୍ରତିଶତ ଥିଲା, ଯାହା ହ୍ରାସ ପାଇ 3 ପ୍ରତିଶତରେ ପହଞ୍ଚିଛି । ପାକିସ୍ତାନର କଠୋର ଆଇନ, ଉତ୍ପୀଡ଼ନ ଓ ବଳପୂର୍ବକ ଧର୍ମାନ୍ତରଣ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ଲୋକଙ୍କ ପାଇଁ ଆଉ କିଏ କହିବାର ଆବଶ୍ୟକତା ନାହିଁ । ଖାସ କରି ଘୃଣା ଆଧାରରେ ଆତଙ୍କବାଦର ଶିଳ୍ପ ତିଆରି କରୁଥିବା ଲୋକ ତ ଏସମ୍ବନ୍ଧରେ ନକହିବା ଆବଶ୍ୟକ । ପାକିସ୍ତାନ ଏବଂ ତାଙ୍କ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ଲୋକଙ୍କ ପାଇଁ ମଙ୍ଗଳ କାମ କରନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜେନେଭାରେ ଗ୍ଲୋବାଲ ରେଫ୍ୟୁଜି ଫୋରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନାଗରିକତା ସଂଶୋଧନ ଆଇନ୍‌ ଏବଂ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଭାରତ ସରକାର ଦ୍ବାରା ନିଆଯାଇଥିବା ପଦକ୍ଷେପ କାରଣରୁ ଦକ୍ଷିଣ ଏସିଆରେ ଏକ ବଡ଼ ଶରଣାର୍ଥୀ ସମସ୍ୟା ଦେଖାଯାଇଛି । ଏହା ପରମାଣୁ ଶକ୍ତି ରଖୁଥିବା ଦେଶ ମଧ୍ୟରେ ସଂଘର୍ଷକୁ ମଧ୍ୟ ଜନ୍ମ ଦେଇପାରେ ବୋଲି ଇମ୍ରାନ କହିଥିଲେ ।

ABOUT THE AUTHOR

...view details