ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍ ବିରୋଧରେ ଚାଲିଥିବା ପ୍ରଦର୍ଶନ ଦିଲ୍ଲୀର ଜାମିଆ ସମେତ କିଛି ଅଞ୍ଚଳରେ ଉଗ୍ର ରୂପ ନେଇଥିବା ବେଳେ ସୋମବାର ସକାଳୁ ମଧ୍ୟ ଏହିସବୁ ଅଞ୍ଚଳର ସ୍ଥିତି ସମ୍ବେଦନଶୀଳ ରହିଛି । ସେପଟେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ଚାଲିଥିବା ପ୍ରଦର୍ଶନ ବନ୍ଦ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ମେଟ୍ରୋ ସେବା ପୁଣିଥରେ ଆରମ୍ଭ କରାଯାଇଛି ।
ନାଗରିକତ୍ବ ଆଇନ୍: ଦିଲ୍ଲୀରେ ସ୍ଥିତି ସାମାନ୍ୟ, ଚାଲିଲା ସମସ୍ତ ମେଟ୍ରୋ - ନାଗରିକତ୍ବ ସଂଶୋଧନ ଆଇନ୍କୁ ବିରୋଧ
ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ଚାଲିଥିବା ପ୍ରଦର୍ଶନ ବନ୍ଦ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ମେଟ୍ରୋ ସେବା ପୁଣିଥରେ ଆରମ୍ଭ ହୋଇଛି ।
ଫଟୋ ସୌଜନ୍ୟ: ଏଏନଆଇ
ଏହା ପୂର୍ବରୁ ରବିବାର ମଧ୍ୟ ରାତ୍ରିରେ ସ୍ଥିତି ଗମ୍ଭୀର ହେବାରୁ 12ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା । ରବିବାର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ହିଂସା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଜିଟିବି ନଗର, ଶିବାଜୀ ଷ୍ଟାଡିୟମ, ପଟେଲ ଚୌକ ଏବଂ ବିଶ୍ବବିଦ୍ୟାଳୟ ସମେତ 12 ଟି ମେଟ୍ରୋ ଷ୍ଟେସନର ଗେଟ ବନ୍ଦ କରିଦିଆଯାଇଥିଲା ।