ଓଡିଶା

odisha

ETV Bharat / bharat

ନାଗରିକତା ସଂଶୋଧନ ଆଇନ୍‌: ପଶ୍ଚିମବଙ୍ଗରେ ହିଂସା ଜାରି, ବନ୍ଦ ହେଲା ଇଣ୍ଟରନେଟ ସେବା - ପଶ୍ଚିମବଙ୍ଗରେ ହିଂସା ଜାରି

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଜନ ଆକ୍ରୋଶ ଦେଖାଦେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଟ୍ରେନ ବାତିଲ କରାଯାଇଛି । ଏହା ସହିତ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି ।

internet-services-suspended
ଫାଇଲ ଫଟୋ

By

Published : Dec 15, 2019, 3:16 PM IST

Updated : Dec 15, 2019, 3:33 PM IST

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଜନ ଆକ୍ରୋଶ ଦେଖାଦେଇଛି । ଏହି ଆଇନ୍‌କୁ ବିରୋଧ କରି ଅନେକ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି ଲୋକମାନେ । ଏହି ପ୍ରଦର୍ଶନ ଏବେ ହିଂସାର ରୂପ ମଧ୍ୟ ନେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଟ୍ରେନ ବାତିଲ କରାଯାଇଛି । ଏହା ସହିତ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି ।

ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାରି ପ୍ରଦର୍ଶନର ତୃତୀୟ ଦିନରେ ନଦିଆ, ଉତ୍ତର 24 ପରଗନା ଏବଂ ହାୱଡା ଜିଲ୍ଲାରେ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଥିଲା । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସେହି ସବୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଏହା ସହିତ ହାୱଡା, ଦକ୍ଷିଣ 24 ପରଗନାର ବାରୁଇପୁର ଏବଂ କେନିଂ, ଉତ୍ତର 24 ପରଗନାର ବସୀରହାଟ ଏବଂ ବରସାତ, ମୁର୍ସିଦାବାଦ ଏବଂ ମାଲଦାରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି ।

ସେହିପରି ସୁରକ୍ଷାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ଚଳାଚଳ ହେଉଥିବା 15ଟି ଟ୍ରେନ ବାତିଲ କରାଯାଇଛି । ସେଗୁଡିକ ହେଉଛି ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ- ସଂତ୍ରାଗାଛି ପାସେଞ୍ଜର, ପୁରୀ-ଖୋର୍ଦ୍ଧା ପାସେଞ୍ଜର, ତିରୁପତି - ହାୱଡ଼ା ଏକ୍ସପ୍ରେସ, ଦିଘା-ପୁରୀ ଏକ୍ସପ୍ରେସ, ହାଇଦ୍ରାବାଦ- ଇଷ୍ଟକୋଷ୍ଟ, କରମଣ୍ଡଳ ଏକ୍ସପ୍ରେସ, ଭାସ୍କୋଡ଼ାଗା- ହାୱଡ଼ା ଅମରାବତୀ ଏକ୍ସପ୍ରେସ ଓ ସିକନ୍ଦରାବାଦ- ଗୈାହାଟୀ ଏକ୍ସପ୍ରେସ ଆଦି ବାତିଲ କରାଯାଇଛି ।

Last Updated : Dec 15, 2019, 3:33 PM IST

ABOUT THE AUTHOR

...view details