ଓଡିଶା

odisha

ETV Bharat / bharat

ଚୀନ ପାଇଁ ଚାଲ୍; ତାତିଲା ତାଇବାନ, ହସିଲେ ନେତା

ବିଜେପି ନେତା ତେଜେନ୍ଦର ପାଲ ସିଂହ ବଗ୍ଗା ରବିବାର ତାଇବାନ ନାଗରିକଙ୍କ ସାହାଯ୍ୟରେ ଚୀନକୁ ଶିକ୍ଷା ଦେବାପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 18, 2019, 11:45 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜମ୍ମୁ କଶ୍ମୀରୁ ଅନୁଚ୍ଛେଦ 370କୁ ହଟାଇବା ପରେ ପୁରା ଦୁନିଆରେ ରାଜନୈତିକ ବାତାବରଣରେ ପରିବର୍ତ୍ତନ ହେବାରେ ଲାଗିଛି । ଏହି ନିଷ୍ପତ୍ତିକୁ ପାକିସ୍ତାନ ପରେ ଚୀନ ବିରୋଧ କରୁଥିବା ଘଟଣା ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ତାଇବାନ ନାଗରିକଙ୍କ ଚୀନକୁ ବିରୋଧ

ବିଜେପି ନେତା ତେଜେନ୍ଦର ପାଲ ସିଂହ ବଗ୍ଗା ରବିବାର ତାଇବାନ ନାଗରିକଙ୍କ ସାହାଯ୍ୟରେ ଚୀନକୁ ଶିକ୍ଷା ଦେବାପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ତାଇବାନର ବିଭିନ୍ନ ସହରରେ ସେଠାକାର ଲୋକମାନେ ହାତରେ ପୋଷ୍ଟର ନେଇ ଚୀନ ବିରୋଧରେ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

'ତାଇବାନ ଚୀନର ଅଂଶ ନୁହଁ'

ସମସ୍ତ ପୋଷ୍ଟରରେ ଗୋଟିଏ ହିଁ ବାର୍ତ୍ତା ଲେଖାଯାଇଥିଲା । ତାଇବାନ ଚୀନର ଅଂଶ ନୁହଁ । ଯେଉଁମାନେ ଚୀନ ବିରୁଦ୍ଧରେ ହାତରେ ପୋଷ୍ଟର ନେଇ ବିରୋଧ କରିଥିଲେ ସମସ୍ତେ ଏହି ଅଭିଯାନର ଶ୍ରେୟ ଦିଲ୍ଲୀର ବିଜେପି ପ୍ରବକ୍ତାଙ୍କୁ ଦେଇଛନ୍ତି । ଏହାର ସୂଚନା ମଧ୍ୟ ସେ ପୋଷ୍ଟର ତଳେ ଲେଖିଥିଲେ ।

ଦିଲ୍ଲୀର ବିଜେପି ପ୍ରବକ୍ତା ତେଜେନ୍ଦର ପାଲ ସିଂହ ବଗ୍ଗା ତାଇବାନ ବାସୀଙ୍କ ଏଭଳି ବିରୋଧ ପ୍ରଦର୍ଶନର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଚୀନ ଯେଉଁ ଭାଷାରେ ବୁଝି ପାରିବ ତାକୁ ସେହି ଭାଷାରେ ଜବାବ ଦିଆଯାଇଛି ।

ABOUT THE AUTHOR

...view details