ଓଡିଶା

odisha

ETV Bharat / bharat

ଯବାନଙ୍କ ମହାନତା: ଯାତ୍ରୀଙ୍କୁ ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ - ଆଇଜିଆଇ ଏୟାରପୋର୍ଟ ମେଟ୍ରୋଷ୍ଟେସନ

ନୂଆଦିଲ୍ଲୀସ୍ଥିତ ଆଇଜିଆଇ ଏୟାରପୋର୍ଟ ମେଟ୍ରୋ ଷ୍ଟେସନରୁ ଜବତ ହୋଇଥିବା ଏକ ଟଙ୍କା ଭର୍ତ୍ତି ବ୍ୟାଗକୁ ଜଣେ ଯାତ୍ରୀଙ୍କୁ ଫେରାଇଲେ ସିଆଇଏସଏଫ ଯବାନ।

cisf
ଆଇଜିଆଇ ଏୟାରପୋର୍ଟ ମେଟ୍ରୋଷ୍ଟେସନ

By

Published : Dec 24, 2019, 2:40 PM IST

ନୂଆଦିଲ୍ଲୀ: ଖାଲି ଅପରାଧକୁ ରୋକିବା କିମ୍ବା ଆମକୁ ସୁରକ୍ଷା ଦେବା ନୁହେଁ । ଅନେକ ସମୟରେ ପୋଲିସ ଓ ଯବାନମାନେ ଲୋକଙ୍କୁ ଅନେକ ପ୍ରକାର ସାହାଯ୍ୟ କରୁଥିବା ଘଟଣା ସାମ୍ନାକୁ ଆସିଛି । ସେହିଭଳି ଏକ ଘଟଣା ନୂଆଦିଲ୍ଲୀସ୍ଥିତ ଆଇଜିଆଇ ଏୟାରପୋର୍ଟ ମେଟ୍ରୋଷ୍ଟେସନରେ ଦେଖିବାକୁ ମିଳିଛି । ଷ୍ଟେସନରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥିବାବେଳେ ଜଣେ ଯାତ୍ରୀଙ୍କୁ ଏହା ଫେରାଇଦେଇଛନ୍ତି ସିଆଇଏସଏଫ ଯବାନ।

ଆଇଜିଆଇ ଏୟାରପୋର୍ଟ ମେଟ୍ରୋଷ୍ଟେସନ

ସିଆଇଏସଏଫ ଯବାନଙ୍କ କହିବାମୁତାବକ, ମେଟ୍ରୋ ଷ୍ଟେସନରେ ଡ୍ୟୁଟିରେ ଥିବା ଜଣେ ସବ ଇନ୍ସପେକ୍ଟର ଗଣେଶ ରାମ ଯାଦବ ଏକ୍ସ-ରେ ମେସିନ ଆଇଟପୁଟ ରୋଲର ଉପରେ ତାଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥିଲା । ଏହାପରେ ସେ ସମସ୍ତ ଯାତ୍ରୀଙ୍କୁ ପଚାରିଥିଲେ । କିନ୍ତୁ ବ୍ୟାଗ ବିଷୟରେ କେହି କିଛି କହିନଥିଲେ । ଏହାପରେ ଗଣେଶ ଷ୍ଟେସନ କଣ୍ଟ୍ରୋଲର ଓ ତାଙ୍କ ସିନିଅର ଅଫିସରଙ୍କୁ ଜଣାଇଥିଲେ ।

ଏହାପରେ ସୁରକ୍ଷା ଦୃଷ୍ଟିରୁ ସିଆଇଏସଏଫ ଯବାନଙ୍କ ଦ୍ବାରା ବ୍ୟାଗର ଯାଞ୍ଚ କରାଯାଇଥିଲା । ଏହାପରେ ଷ୍ଟେସନ କଣ୍ଟ୍ରୋଲରଙ୍କ ସାମ୍ନାରେ ଖୋଲାଯାଇଥିଲା । ଏଥିରୁ 2 ଲକ୍ଷ ଟଙ୍କା ଓ କିଛି ଡକ୍ୟୁମେଣ୍ଟ ମିଳିଥିଲା । ଯେଉଁଥିରୁ ଜଣାପଡିଥିଲା ଯେ, ବ୍ୟାଗଟି ଗୁରୁସିମରନ ସିଂହ ନାମଙ୍କ ଜଣେ ବ୍ୟକ୍ତିଙ୍କର ।

ଏହାର କିଛି ସମୟ ପରେ ଗୁରସିମରନ ସିଂହ ମେଟ୍ରୋ ଷ୍ଟେସନ ଆସି ଏକ୍ସ-ରେ ମେସିନ ଆଇଟପୁଟ ରୋଲର ଉପରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ କଥା ପଚାରିଥିଲେ । ଏହାପରେ ସମସ୍ତ ପଚରାଉଚରା ଓ ଯାଞ୍ଚ ପରେ ଉକ୍ତ ବ୍ୟାଗଟିକୁ ଦିଆଯାଇଥିଲା ।

ABOUT THE AUTHOR

...view details