ନୂଆଦିଲ୍ଲୀ :ସାରା ବିଶ୍ବ ଏବେ କୋରୋନାକୁ ନେଇ ଲଢ଼ୁଛି । ଆଉ ଏହି କୋରୋନାର ମୁକାବାଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନକୁ କଡାକଡି କରିଛନ୍ତି । କୋରୋନା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଲୋକେ ମଧ୍ୟ ସେତିକି ତତ୍ପର ।
କୋରୋନା ସହାୟତା: ପିଏମ କେୟାର୍ସକୁ 16କୋଟି 23ଲକ୍ଷ ଦେଲେ ସିଆଇଏସଏଫ କର୍ମଚାରୀ - ସିଆଇଏସଏଫ କର୍ମଚାରୀ
କୋରୋନା ସହାୟତା ପାଇଁ ହାତ ବଢାଇଲେ ସିଆଇଏସଏଫ କର୍ମଚାରୀ । ପିଏମ କେୟାର୍ସ ଫଣ୍ଡକୁ ଦାନ କଲେ ଗୋଟିଏ ଦିନର ଦରମା। ଅଧିକ ପଢନ୍ତୁ...
କୋରୋନା ସହାୟତା ପାଇଁ ହାତ ବଢାଇଲେ ସିଆଇଏସଏଫ କର୍ମଚାରୀ
କିନ୍ତୁ ଏଥିରେ ପଛରେ ପଡି ନାହାଁନ୍ତି ସିଆଇଏସଏଫର କର୍ମଚାରୀମାନେ । ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନରେ ଦରମା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ସେହିପରି ସିଆଇଏସଏଫର ମହାନିର୍ଦ୍ଦେଶକ ରାଜେଶ ରଞ୍ଜନ ସୋମବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ 16 କୋଟି 23 ଲକ୍ଷ 82 ହଜାର 357 ଟଙ୍କା ଚେକ୍ ପ୍ରଦାନ କରିଛନ୍ତି ।
ସୌଜନ୍ୟ @ANI