ନୂଆଦିଲ୍ଲୀ: କୋରୋନା କବଳରେ ଏବେ ସାରା ବିଶ୍ବ । କେରୋନା ଆତଙ୍କରେ ଅନେକଙ୍କ ଜୀବନ ଜୀବିକା ପ୍ରବାଭିତ ହୋଇଛି । କୋରାନା ପାଇଁ ଲକଡାଉନ ହେବା ପରେ ଲୋକମାନଙ୍କ ମନରୋଞ୍ଜନ କରୁଥିବା ସର୍କସ ବିଭାଗ ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ଯେଉଁମାନେ ଅନେକଙ୍କ ମୁହଁରେ ହସ ଫୁଟାଉଥିଲେ,ଯାହାଙ୍କ ନିର୍ଦ୍ଦେଶରେ ହୀତୀ,ବାଘ ଓ ଘୋଡା ଅଭିନୟ କରନ୍ତି,ମୃତ୍ୟୁ କୂ୍ଅରେ ନିଜ ଜୀବନକୁ ବାଜି ଲଗାଇ ମୋଟରସାଇକେଲ ଚଲାଇବା ,ଝିଅମାନଙ୍କର ଆଶ୍ଚର୍ଯ୍ୟକର ଷ୍ଟଣ୍ଟ ପ୍ରଦର୍ଶନ କରିବା କୋରୋନା କାଳରୁ ସେ ସବୁ ବନ୍ଦ ହୋଇଛି । ତେବେ ଆଗାମୀ ପୀଢି ପାଇଁ ଏହା ଇତିହାସ ହୋଇଛି ।
ଗତ ମାର୍ଚ୍ଚ 13ରୁ ସର୍କସ ବନ୍ଦ ରହିଥିବା ବେଳେ କିଛି ଲୋକ ଘରକୁ ଫେରିଛନ୍ତି ଓ ଅନେକ ସେହି କ୍ୟାମ୍ପରେ ରହି ନିଜ ପେଟପାଟଣା ପାଇଁ ବେତନ ଶ୍ରମିକ ଭାବରେ କାମ କରୁଥିବା କହିଛନ୍ତି ଏସିଆଡ ସର୍କସ ମ୍ୟାନେଜର ଅନିଲ କୁମାର । ସେ ଆହୁରି କହିଛନ୍ତି ପୂର୍ବରୁ ଆମ ଅବସ୍ଥା ଖରାପ ଥିଲା, ଏବେ ଏ କୋରୋନା ଭୂତାଣୁର ବିସ୍ତାର ଆମ ଅବସ୍ଥା ଆହୁରି ଖରାପ କରିଛି । ଆଗରୁ ରୁଟି ପାଇଁ ରୋଜଗାର କରିବା କଷ୍ଟସାଧ୍ୟ ହେଉଥିଲା ଏବେ ଫୋନରେ ରିଚାର୍ଜ କରିବାକୁ ପାଖରେ ପଇସା ନାହିଁ ।