ଓଡିଶା

odisha

ETV Bharat / bharat

ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଡାଲଚିନି ... - ମାଇଗ୍ରେନ ସମସ୍ୟା

ବ୍ୟସ୍ତ ବହୁଳ ଜୀବନ ଭିତରେ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ। ତେବେ ଛୋଟରୁ ବଡ ପର୍ଯ୍ୟନ୍ତ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ଏକ ଗୁରୁତର ସମସ୍ୟା । ଆଉ ଏହାଠାରୁ ଭୟଙ୍କର ହେଉଛି ମାଇଗ୍ରେନ। ଏହା ଏକ ମାରାତ୍ମକ ରୋଗ ହେଲେ ଡାଲଚିନି ଖାଇବା ଦ୍ବାରା ଏହି ରୋଗକୁ ଭଲ କରାଯାଇପାରିବ।

ପ୍ରତିକାତ୍ମକ ଫଟୋ

By

Published : Aug 24, 2019, 6:22 AM IST

ଭାରତୀୟ ଶାସ୍ତ୍ରରେ 64 ମସାଲା କଥା ବର୍ଣ୍ଣନା କରାଯାଇଛି। ଯେଉଁ ମସାଲାକୁ ବ୍ୟବହାର କରି ଜଣେ ଓଡିଆଣୀ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାଏ। କିନ୍ତୁ ଏହିସବୁ ମସାଲା କେବଳ ଖାଦ୍ୟକୁ ସୁସ୍ବାଦୁ କରେ ନାହିଁ ବରଂ ଏହାର କେତେଗୁଡିଏ ଔଷଧୀୟ ଗୁଣ ରହିଛି। ଯଦି ଏହି ମସାଲାକୁ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଏ ତେବେ ଏହା ବିଭିନ୍ନ ରୋଗ ଆରୋଗ୍ୟ କରିବାରେ ସାହାଯ୍ୟ କରିବ।

ତେବେ ଆଜିକା ଦିନରେ ସମସ୍ତଙ୍କ ବ୍ୟସ୍ତବହୁଳ ଜୀବନ। ଏହି ସମୟରେ କାହାକୁ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ। ତେବେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ଏକ ଗୁରୁତର ସମସ୍ୟା ଏହା ହେଉଛି ମାଇଗ୍ରେନ । ଏହା ଏକ ମାରାତ୍ମକ ରୋଗ ହେଲେ ଡାଲଚିନି ଖାଇବା ଦ୍ବାରା ଏହି ରୋଗକୁ ଭଲ କରାଯାଇପାରିବ , ତେବେ ଆସନ୍ତୁ ଜାଣିବା ଏହି ମସାଲା ବିଷୟରେ...

ଡାଲଚିନି ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ସେଗୁଡିକ ହେଲା ମଧୁମେହ, କୋଲୋଷ୍ଟ୍ରଲ, ବ୍ରଣ, ମୁଖଗହ୍ବର, ମାଇଗ୍ରେନ ଇତ୍ୟାଦି। ଯଦି ଆପଣ ମାଇଗ୍ରେନ ଭଳି ରୋଗର ପୀଡିତ ଅଛନ୍ତି ତେବେ ଏବେଠୁ ଡାଲଚିନି ଖାଇବା ଆରମ୍ଭ କରନ୍ତୁ।

ରୋଗର ଲକ୍ଷଣ

ଯଦି ଆପଣଙ୍କ ଗୋଟିଏ ପାଖ ମୁଣ୍ଡବିନ୍ଧା ହେଉଛି ତେବେ ତାହା ମାଇଗ୍ରେନ। ଏହାଦ୍ବାରା ଦେହ ଅଳସୁଆ ଲାଗିବା ସହ ବାନ୍ତି ହୋଇଥାଏ। ଯଦି ଆପଣଙ୍କ ଥରେ ମୁଣ୍ଡବିନ୍ଧା ଆରମ୍ଭ ହୁଏ ତେବେ ଏହା 72 ଘଣ୍ଟା ପର୍ଯ୍ୟନ୍ତ ଲାଗିରହିଥାଏ। ଏହି ରୋଗ ପାଇଁ ଖାଦ୍ୟପେୟରେ ନିୟମିତ ରଖିବା ମେଡିସିନଠାରୁ ବେଶି ଉପାଦେୟ।

କେମିତି କରିବେ ଡାଲଚିନିର ବ୍ୟବହାର

ମାଇଗ୍ରେନ ସମସ୍ୟା ପାଇଁ ପ୍ରଥମେ ଡାଲଚିନି ଗୁଣ୍ଡ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ମୁଣ୍ଡରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଅଧଘଣ୍ଟା ପରେ ଏହାକୁ ଗରମ ପାଣିରେ ଧୋଇଦିଅନ୍ତୁ ଦେଖିବେ କେତେ ଆରାମ ଲାଗୁଛି। ଯଦି ଆପଣ ଏହି ପ୍ରକ୍ରିୟା ନିୟମିତ ଭାବେ କରିବା କିଛିଦିନ ଭାବେ ମୁଣ୍ଡବିନ୍ଧା କମିଯିବ। ନଚେତ୍ ଡାଲଚିନି ପାଉଡରକୁ ପ୍ରତିଦିନ ଥଣ୍ଡା ପାଣିରେ 3 ରୁ 4 ଥର ପିଅନ୍ତୁ ଏହି ମାରାତ୍ମକ ରୋଗରୁ ଉପଶମ ପାଇବେ ।

ABOUT THE AUTHOR

...view details