ନୂଆଦିଲ୍ଲୀ: ଦୀର୍ଘ 7 ମାସ ପରେ ଆଜି ଦେଶରେ ଖୋଲିବ ସିନେମା ହଲ । କୋରୋନା ମହାମାରୀକୁ ନେଇ ଦୀର୍ଘ 7 ମାସ ଧରି ଦେଶରେ ସିନେମା ହଲ ବନ୍ଦ ଥିବାବେଳେ ଗୁରୁବାର କୋରୋନା ପ୍ରଟୋକଲ ନିୟମ ଅନୁଯାୟୀ ଦେଶରେ ସମସ୍ତ ହଲ ଖୋଲିବ।
ଦୀର୍ଘ 7 ମାସ ପରେ ଆଜି ଖୋଲିବ ସିନେମା ହଲ୍ - covid-19 protocol
ଦୀର୍ଘ 7 ମାସ ପରେ ଆଜି ଦେଶରେ ସମସ୍ତ ସିନେମା ହଲ ଖୋଲିବ । ସମସ୍ତ କୋରୋନା ପ୍ରୋଟୋକଲ ପାଳନ କରିବାକୁ ହଲ ମାଲିକମାନଙ୍କୁ ନିର୍ଦ୍ଦେଶ ।
ଦୀର୍ଘ 7 ମାସ ପରେ ଆଜି ଖୋଲିବ ସିନେମା ହଲ୍
ତେବେ ଦେଶର ବିଭିନ୍ନ ସିନେମା ହଲର ମାଲିକମାନେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ହଲ ମାଲିକମାନେ ଲୋକମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ରଖିବେ । ଯେଉଁଥିରେ ହଲଗୁଡିକର ପରିମଳ, ସାମାଜିକ ଦୂରତା, ପେପରଲେସ୍ ଟିକେଟ୍ ଏବଂ ହଲରେ ସିଚ୍ ଗୁଡିକୁ 50 ପ୍ରତିଶତ ମଧ୍ୟରେ ସୀମିତ ରଖାଯିବା ଆଦି ସାମିଲ ଅଛି ।
ତେବେ ଦୀର୍ଘ 7 ମାସ ପରେ କୋରୋନା ପ୍ରୋଟୋକଲ ଅନୁଯାୟୀ ମାଲିକ ମାନେ ହଲ ଖୋଲିବାକୁ ପ୍ରସ୍ତୁତ ରହିଛନ୍ତି ।