ଓଡିଶା

odisha

By

Published : Jun 12, 2020, 3:29 PM IST

ETV Bharat / bharat

ପଢନ୍ତୁ, ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଉପରେ CIIର ରିପୋର୍ଟ

ଟେକ୍ନୋଲୋଜିରେ ନ୍ୟାୟ । ଅନଲାଇନରେ ବିବାଦର ସମାଧାନ । କୋରୋନା ସଙ୍କଟ ମଧ୍ୟରେ ବଢିଛି ଇ-କୋର୍ଟ ବ୍ୟବସ୍ଥାର ଆବଶ୍ୟକତା । ଏ ନେଇ ପଢନ୍ତୁ, CII ପ୍ରକାଶିତ ‘ନ୍ୟାୟ ପ୍ରଣାଳୀରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ’ ଉପରେ ଏକ ରିପୋର୍ଟ ..

CII Report on Use of Technology in the
ଟେକ୍ନୋଲୋଜିରେ ନ୍ୟାୟ

ହାଇଦ୍ରାବାଦ: କୋଭିଡ-19 ମହାମାରୀ ତାଣ୍ଡବରେ ସମଗ୍ର ବିଶ୍ବ ପ୍ରଭାବିତ । ସ୍ବାସ୍ଥ୍ୟ ସହିତ ସାମାଜିକ, ଆର୍ଥିକ ଓ ନ୍ୟାୟିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏହି ମହାମାରୀ ସରକାର ଏବଂ ବ୍ୟବସାୟୀଙ୍କୁ ସେମାନଙ୍କ ଉପରେ ଏହାର ପ୍ରଭାବ ଆକଳନ କରିବାକୁ ବାଧ୍ୟ କରିଛି।

ବର୍ତ୍ତମାନ ସରକାର, ନ୍ୟାୟପାଳିକା, ବ୍ୟବସାୟ, ଶିଳ୍ପ ସମେତ ସମସ୍ତଙ୍କ ପାଇଁ ପ୍ରି-କୋଭିଡ ପ୍ରଣାଳୀ ଏବଂ ପ୍ରକ୍ରିୟା ସମୀକ୍ଷା କରିବାର ସମୟ ଆସିଛି । ଏଥିସହିତ ନୂତନ ଟେକ୍ନୋଲୋଜିର ବ୍ୟବହାର କରି ଆଗକୁ ବଢିବାର ଆବଶ୍ୟକତା ରହିଛି ।

ସିଆଇଆଇ (confederation of indian industry)ର ଏକ ରିପୋର୍ଟ ‘ନ୍ୟାୟ ପ୍ରଣାଳୀରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ’ରେ ଦର୍ଶାଯାଇଛି କି , କିପରି ଭାରତୀୟ ନ୍ୟାୟିକ ପ୍ରଣାଳୀରେ ଟେକ୍ନୋଲୋଜିର ଉପଯୋଗ କରାଯାଇପାରିବ ।

ତେବେ ଟେକ୍ନୋଲୋଜିର ପ୍ରୟୋଗ କିପରି କରାଯିବ , ସେ ନେଇ ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଯିତତ ବାନାର୍ଜୀ(Chandrajit Banerjee)ଙ୍କ ଏହି ରିପୋର୍ଟର କିଛି ପଏଣ୍ଟ ...

- ଅଞ୍ଚଳର ବୈଶ୍ବିକ ବିକାଶ (global developments in the area)

- ଅନଲାଇନରେ ବିବାଦକୁ ସମାଧାନ ପାଇଁ ବ୍ୟବସ୍ଥା ତିଆରି କରାଯାଉ

- ସିଭିଲ ଟ୍ରାଏଲର ବିଭିନ୍ନ ପର୍ଯ୍ୟାୟରେ ଟେକ୍ନୋଲୋଜିର କାର୍ଯ୍ୟକାରିତା ଉପରେ ଆଲୋଚନା

-ଇ-କୋର୍ଟର କାର୍ଯ୍ୟକାରିତାକୁ ସଫଳ କରୁଥିବା କାରକଗୁଡିକ ବିଶ୍ଳେଷଣ କରିବ ଦରକାର ।

ଏହି ରିପୋର୍ଟରେ ଦର୍ଶାଯାଇଛି କି, କିପରି ସାମାଜିକ ଦୂରତ୍ବ ବଜାୟ ରଖିବା ଟ୍ରେଣ୍ଡିଂ ବଢୁଛି । ଯାହାକି କୋରୋନା ଭାଇରସ ମହାମାରୀ ରୋକିବାର ମଧ୍ୟ ଏକ ବଡ ସାଧନ ।

କୋରୋନା ମହାମାରୀ ମଧ୍ୟରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ କୋର୍ଟ କାଠଗଡାରେ ଶୁଣାଣୀର ପାରମ୍ପରିକ ପ୍ରକ୍ରିୟାକୁ ଛାଡିବାକୁ ପଡୁଛି । ଏଥିଯୋଗୁଁ ଭାରତ ଅଦାଲତରେ ଭର୍ଚ୍ୟୁଆଲ ଶୁଣାଣୀ ଆରମ୍ଭ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣୀର ଇ-ଫାଇଲିଙ୍ଗର ଅନେକ ସୁବିଧା ରହିଛି । ଏହାକୁ ଆଗକୁ ମଧ୍ୟ ଗ୍ରହଣ କରାଯାଇପାରେ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ସହିତ ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଅନଲାଇନ ବିବାଦର ସମାଧାନ ବ୍ୟବସ୍ଥାରେ ରୂପାନ୍ତର କରାଯାଇପାରିବ। ତେବେ ଏହା ସତ୍ୟ ଯେ ରାତାରାତି କୌଣସି ବ୍ୟବସ୍ଥା ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଅଧିକାଂଶ ମକଦ୍ଦମାକାରୀଙ୍କ ପାଖରେ କମ୍ପ୍ୟୁଟର କିମ୍ବା ଇଣ୍ଟରନେଟ ସୁବିଧା ନାହିଁ। ମାମଲାଗୁଡିକୁ ଇ-ଫାଇଲିଙ୍ଗ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ଆୟୋଜନ କରାଯାଇପାରିବ, କିନ୍ତୁ ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇପାରିବ ନାହିଁ। ଟେକ୍ନୋଲୋଜି ସହିତ ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଯୁକ୍ତିବିଦ୍ୟା ସହ ଯୋଡିବା ମୁଖ୍ୟତଃ ସ୍ୱଦେଶୀ ପରିସ୍ଥିତି ଅନୁଯାୟୀ ହେବା ଉଚିତ ।

ABOUT THE AUTHOR

...view details