ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି । ସେପଟେ ବୋଝ ଉପରେ ନଳିତା ବିଡା ପରି ଅସହ୍ୟ ହେଉଛି ଗରମ । ଗତ କିଛିଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ସହରରେ ବଢିଚାଲିଛି ତାପମାତ୍ରା ।
ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ ମଙ୍ଗଳବାର ରାଜସ୍ଥାନର ଚୁରୁ ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ସର୍ବାଧିକ 50 ଡିଗ୍ରୀ ସେଲସିୟସ ରହିଛି । ସେହିପରି ଦିଲ୍ଲୀର ପଲମ 47.6 ଡିଗ୍ରୀ ସେଲସିୟସ ସହ ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।