ଓଡିଶା

odisha

By

Published : Oct 25, 2020, 7:29 PM IST

ETV Bharat / bharat

ସୀତାମାଢିରେ ପୂଜାର୍ଚ୍ଚନା କଲେ ଚିରାଗ ପାଶଓ୍ବାନ

ଆଜି ଲୋକ ଜନଶକ୍ତି ପାର୍ଟି ନେତା ତଥା ସାଂସଦ ଚିରାଗ ପାଶଓ୍ବାନ ମାତା ସୀତାଙ୍କ ଜନ୍ମସ୍ଥଳୀ ସୀତାମାଢି ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ ଏହି ମନ୍ଦିରକୁ ବିଶ୍ବ ଐତିହ୍ୟରେ ପରିଣତ କରିବା ତାଙ୍କ ଦଳର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ....

ସୀତାମାଢିରେ ପୁଜାର୍ଚ୍ଚନା କଲେ ଚିରାଗ ପାଶଓ୍ବାନ
ସୀତାମାଢିରେ ପୁଜାର୍ଚ୍ଚନା କଲେ ଚିରାଗ ପାଶଓ୍ବାନ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏକକ ବହୁମତ ପାଇବା କୌଣସି ଦଳ ପାଇଁ ଏତେ ସହଜ ମନେ ହେଉନଥିବା ବେଳେ ବିଭିନ୍ନ ଦଳର ନେତା ମାନେ ଏବେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଥୁବା ଦେଖିବାକୁ ମିଳୁଛି । ଆଜି ଲୋକ ଜନଶକ୍ତି ପାର୍ଟିର ନେତା ତଥା ସାଂସଦ ଚିରାଗ ପାଶଓ୍ବନ ମାତା ସୀତାଙ୍କ ଜନ୍ମସ୍ଥଳୀ ସୀତାମାଢି ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ବିହାରର ଐତିହ୍ୟକୁ ବଞ୍ଚାଇବା ପାଇଁ ତାଙ୍କ ଦଳ ଲୋକ ଜନଶକ୍ତି ସବୁବେଳେ ଚେଷ୍ଟା କରୁଛି ଓ କରିବ ବୋଲି ମଧ୍ୟ କହିଛନ୍ତି ଚିରାଗ । ଯାହା ଅନ୍ୟ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ଧ୍ୟାନ ଦେଇନଥିବା ସେ ଅଭିଯୋଗ କରିଛନ୍ତି ।

ସୀତାମାଢିରେ ପୁଜାର୍ଚ୍ଚନା କଲେ ଚିରାଗ ପାଶଓ୍ବାନ

ଏହା ସହ ମା ସୀତାଙ୍କ ଜନ୍ମସ୍ଥଳୀକୁ ବିଶ୍ବ ଦରବାରରେ ଐତିହ୍ୟର ମାନ୍ୟତା ପ୍ରଦାନ କରିବା ଦିଗରେ ତାଙ୍କ ଦଳ କ୍ଷମତାକୁ ଆସିଲେ ପ୍ରାଥମିକତାର ସହ କାମ କରିବ ବେଲି ସେ କହିଛନ୍ତି । ଅଯୋଧ୍ୟାକୁ ପ୍ରସଙ୍ଗ କରି ବିଜେପି 2014 ପରେ କ୍ଷମତାକୁ ଆସିଥିଲା ସେହିପରି ବିହାର ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିହାରର ମା ସୀତାଙ୍କ ଜନ୍ମସ୍ଥଳୀକୁ ପ୍ରସଙ୍ଗ କରି ଚିରାଗଙ୍କ ଲୋକ ଜନଶକ୍ତି ପାର୍ଟି ନିର୍ବାଚନୀ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି ।

ସେହିପରି ମା ସୀତାଙ୍କ ଜନ୍ମସ୍ଥଳୀକୁ ବିକଶିତ କରାଯାଇ ବିଶ୍ବ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ । ଭକ୍ତ ମାନେ ପ୍ରଥମେ ବିହାରର ସୀତାମାଢିରେ ମା ସୀତାଙ୍କ ଭବ୍ୟ ମନ୍ଦିର ଦର୍ଶନ କରିସାରି ଅଯୋଧ୍ୟା ଯାଇ ପ୍ରଭୁ ରାମଙ୍କ ଦର୍ଶନ କରିବେ । ଏଥିପାଇଁ ସୀତାମାଢିରୁ ଅଯୋଧ୍ୟା ପର୍ଯ୍ୟନ୍ତ 6 ଲେନ ବିଷିଷ୍ଟ ହାଇଓ୍ବେ ମଧ୍ୟ ନିର୍ମାଣ କରାଯିବାର ପରିକଳ୍ପନା ତାଙ୍କ ଦଳ ତରଫରୁ କରାଯାଇଥିବା ଚିରାଗ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details