ଓଡିଶା

odisha

ETV Bharat / bharat

ରାମ ବିଳାସଙ୍କୁ ପଦ୍ମଭୂଷଣ ସମ୍ମାନ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଚିରାଗ ପାଶୱାନ - ରାମ ବିଳାସ ପାଶୱାନ

ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ ରାମ ବିଳାସ ପାଶୱାନ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଚିରାଗ ପାଶୱାନ । ଅଧିକ ପଢନ୍ତୁ...

ଚିରାଗ ପାଶୱାନ
ଚିରାଗ ପାଶୱାନ

By

Published : Jan 26, 2021, 4:25 PM IST

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ ରାମ ବିଳାସ ପାଶୱାନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଥିବାରୁ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ମୁଖ୍ୟ ଚିରାଗ ପାଶୱାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋମବାର ଏନେଇ ଚିରାଗ ଏକ ଭାବବିହ୍ୱଳ ଟ୍ବିଟ କରି ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଟ୍ବିଟ କରି ସେ ଲେଖିଛନ୍ତି,' ଏହା ମୋ ପାଇଁ ଓ ଲୋକ ଜନଶକ୍ତି ପାର୍ଟି ପାଇଁ ଏକ ଗର୍ବର ବିଷୟ । ବାପାଙ୍କର 51 ବର୍ଷ ରାଜନୈତିକ କ୍ୟାରିୟର ଭିତରେ ସେ ସର୍ବଦା ଦଳିତ, ନିଷ୍ପେସିତ, ଅର୍ଥନୈତିକ ଅନଗ୍ରସର ଆଦି ଲୋକଙ୍କ ପାଇଁ ସଂଗ୍ରାମ କରିଆସୁଥିଲେ । ସେ ତାଙ୍କର ଜୀବନ କାଳ ସାମାଜିକ ନ୍ୟାୟ ପାଇଁ କଟାଇଛନ୍ତି । ତାଙ୍କର ନିର୍ବିବାଦୀୟ ରାଜନୈତିକ କ୍ୟାରିୟର ପାଇଁ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ।'

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିତାଙ୍କ ଶେଷ ନିଶ୍ବାସ ପର୍ଯ୍ୟନ୍ତ ତାଙ୍କ ସହିତ ଥିଲେ, ଏପରିକି ତାଙ୍କର ଦେହାନ୍ତ ପରେ ବି ପ୍ରଧାନମନ୍ତ୍ରୀ ତାଙ୍କୁ ଉଚିତ ସମ୍ମାନ ଦେଇଛନ୍ତି । ସମୁଦାୟ ଏଲଜେପି ପରିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ ଟ୍ବିଟ କରି କହିଛନ୍ତି ।

ସୂଚନାଥାଉକି, ଗତକାଲି(ସୋମବାର) କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ଯେଉଁଥିରେ 10 ଜଣ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ । ରାମ ବିଳାସଙ୍କ ବ୍ୟତିତ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କୁ ମଧ୍ୟ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ।

@IANS

ABOUT THE AUTHOR

...view details