ପାଟନା: ବିହାର ନିର୍ବାଚନ 2020ରେ ମହାମେଣ୍ଟ ଓ ଏନଡିଏ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ତେବେ ଚିରାଗ ପାଶଓ୍ବାନଙ୍କ ଏଥିରେ ମୁଖ୍ୟ ଭୂମିକା ରହିଛି । ସେ କେବଳ ଗୋଟିଏ ସିଟରେ ବିଜୟ ହାସଲ କରିଛନ୍ତି ସତ କିନ୍ତୁ ନିତିଶଙ୍କୁ ମଧ୍ୟ 8ଟି ସିଟ୍ରୁ ହାତ ଧୋଇବାକୁ ପଡିଛି ।
ଏଲଜିପି ଦଳ ଏକୁଟିଆ ନିର୍ବାଚନ ଲଢିଥିଲା । ତେବେ ନିର୍ବାଚନ ପ୍ରଚାର ବେଳେ ଚିରାଗ ସିଧାସଳଖ ନିତିଶଙ୍କୁ ଟାର୍ଗେଟ କରିଥିଲେ । ଏହାବ୍ୟତୀତ ନିତିଶଙ୍କ ପାର୍ଟି ଯେଉଁ ଯେଉଁ ସିଟ୍ରୁ ଲଢୁଥିଲେ, ସେହି ନିର୍ବାଚନମଣ୍ଡଳୀରେ ଚିରାଗ ନିଜର ପାର୍ଥୀ ଛିଡା କରିଥିଲେ । ଯାହାଫଳରେ ନିତିଶଙ୍କୁ 50ଅଙ୍କରୁ ଉପରକୁ ଉଠି ପାରିଲା ନାହିଁ । ଦିନ ଥିଲା ବିହାରରେ ବିଜେପି ଠାରୁ ବଡ ପାର୍ଟି ଜେଡିୟୁ ରହିଥିବାବେଳେ ଏବେ 3ୟସ୍ଥାନରେ ଜେଡିୟୁ ରହିଛି । ଯଦି ଏଲଜିପି ସୁପ୍ରିମୋ ଚିରାଗ ନିତିଶଙ୍କ ନିର୍ବାଚନ ଲଢିଥାନ୍ତେ ତେବେ ପରିଣାମ କିଛି ଅଲଗା ଦେଖିବାକୁ ମିଳିଥାନ୍ତା ।
ବେଗୁସରାୟ ଜିଲ୍ଲାର ମଟିହାନୀ ସିଟରୁ ସିପିଆଇର ପାର୍ଥୀ ରାଜେନ୍ଦ୍ର ସିଂ ବିଜୟ ହାସଲ କରିଛନ୍ତି । ରାଜେନ୍ଦ୍ର ସିଂ ପ୍ରାୟ 37ହଜାର ଭୋଟ ମିଳିଛି । ତାଙ୍କ ସହ ପ୍ରତିଦ୍ବନ୍ଦୀତା କରୁଥିବା ବୋଗୋ ସିଂଙ୍କୁ ପ୍ରାୟ 31ହଜାର ଭୋଟ ମିଳିଛି । ତେବେ ବିଶେଷ କଥା ହେଲା ଏଲଜିପି ପାର୍ଥୀ ରାଜକୁମାର କୋ ସିଂଙ୍କୁ 26ହଜାରରୁ ଅଧିକ ଭୋଟ ମିଳିଛି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଏଲଜିପି ଯଦି ଜେଡିୟୁ ସହ ନିର୍ବାଚନ ଲଢିଥାନ୍ତା ତେବେ ଜେଡିୟୁ ପାର୍ଥୀଙ୍କ ବିଜୟ ନିଶ୍ଚିତ ଥିଲା ।
ସେହିପରି ମହିଷିରେ ଆରଜେଡିର ଗୌତମ କୃଷ୍ଣଙ୍କୁ ବିଜୟ ମିଳିଛି । ପ୍ରାୟ 47ହଜାର ଭୋଟ ମିଳିଛି । ଜେଡିୟୁର ପାର୍ଥୀଙ୍କୁ 45ହଜାର ଭୋଟ ମିଳିଛି ଓ ଏଲଜିପିକୁ ପ୍ରାୟ 7 ହଜାର ଭୋଟ ।
ମହୁଆ ବିଧାନସଭାରେ ସମାନ ସ୍ଥିତି ରହିଛି । ମହୁଆରେ ଆରଜେଡି ପ୍ରାଥୀ ଙ୍କୁ ପ୍ରାୟ 30 ହଜାର ଭୋଟ ମିଳିଛି । ଜେଡିୟୁକୁ ପ୍ରାୟ 24 ହଜାର ଓ ଏଲଜିପିକୁ 12 ହଜାର ଭୋଟ ମିଳିଛି । ଏପରିଭାବେ ଏଲଜିପି ଜେଡିୟୁର ସିଟ ଛଡେଇ ନେବାରେ ସକ୍ଷମ ହୋଇଛି ।