ETV Bharat Odisha

ଓଡିଶା

odisha

ETV Bharat / bharat

ବାପାଙ୍କ ପରେ ପୁଅ ହେଲେ ଏଲଜେପି ମୁଖ୍ୟ - ଜାତୀୟ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ମୁଖ୍ୟ ରାମବିଳାଶ ପାଶୱାନଙ୍କ ପରେ, ତାଙ୍କ ପୁଅ ତଥା ବିହାରର ଜମୁଇ ସଂସଦୀୟକ୍ଷେତ୍ରର ସାଂସଦ ଚିରାଗ ପାଶୱାନଙ୍କୁ ଦଳୀୟ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏଲଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Nov 5, 2019, 6:09 PM IST

ହାଇଦ୍ରାବାଦ: ଭାରତୀୟ ରାଜନୀତିରେ ପରିବାରବାଦର ପ୍ରଭାବ ବର୍ତ୍ତମାନର ସମୟରେ ମଧ୍ୟ ଜାରି ରହିଛି । ବାପାଙ୍କ ପରେ ପୁଅ ରାଜନୈତିକ ଉତ୍ତରାଧିକାରୀ ଭାବେ ଜନମାନସରେ ଦୃଶ୍ୟମାନ ହେଉଛନ୍ତି । ଏହିକ୍ରମରେ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଅଧ୍ୟକ୍ଷ ଭାବେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ପୁଅ, ଚିରାଗ ପାଶ୍ବାନ ଦଳୀୟ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ।

in article image
ଫଟୋ ସୌଜନ୍ୟ : ଏଏନଆଇ
ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏଲଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି । ଦଳର ବରିଷ୍ଠ ନେତୃବୃନ୍ଦ ଏଥିରେ ଯୋଗ ଦେଇଥିଲେ । ବିହାରର ଜମୁଇ ସଂସଦୀୟକ୍ଷେତ୍ରର ସାଂସଦ ଥିବା ଚିରାଗ ପାଶ୍ବାନଙ୍କୁ ଦଳର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବାକୁ ଆୟୋଜିତ ଦଳୀୟ ବୈଠକରେ ନିଷ୍ପତି ନିଆଯାଇଛି।

ABOUT THE AUTHOR

...view details