ଲେହ: ରାତ୍ରକାଳୀନ ପେଟ୍ରୋଲିଂ ଆରମ୍ଭ କଲା ଭାରତୀୟ ଯୁଦ୍ଧ ବିମାନ ଚିନୁକ ହେଲିକପ୍ଟର। ଭାରତ ଓ ଚୀନ ମଧ୍ୟରେ ଚାଲିଥିଲା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଭାରତୀୟ ଯୁଦ୍ଧ ବିମାନ ଚିନୁକ ହେଲିକପ୍ଟର ରାତ୍ରକାଳୀନ ଅପରେସନ ଆରମ୍ଭ କରିଛି ।
ଭାରତ ଓ ଚୀନ ସୀମାରେ ଅବସ୍ଥାପିତ କେନ୍ଦ୍ରଶାସିତ ଅଞ୍ଚଳ ଲାଦାଖର ଲେହ ବିମାନ ଘାଟିରୁ ରାତ୍ରକାଳୀନ ପେଟ୍ରୋଲିଂ ଆରମ୍ଭ କରିଛି ଚିନୁକ ଯୁଦ୍ଧ ବିମାନ । ଭାରତ ଓ ଚୀନ ମଧ୍ୟରେ ଗତ 6 ମାସ ଧରି ସୀମାରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ତାର ସମସ୍ତ ପ୍ରକାରର ଯୁଦ୍ଧ ବିମାନ ବର୍ତ୍ତମାନ ପ୍ରସ୍ତୁତ କରାଯାଇଛି । ଗେମ ଚେଞ୍ଜର ସାବ୍ୟସ୍ତ ହେବାକୁ ଥିବା ରାଫେଲ ସହ ଚିନୁକ ,C17 ଗ୍ଲୋବ ମାଷ୍ଟର ସମସ୍ତ ଭାରତର ସମସ୍ତ ଅତ୍ୟାଧୁନିକ ବିମାନ ପ୍ରସ୍ତୁତ ହୋଇରହିଛି ।