ଓଡିଶା

odisha

By

Published : Jul 9, 2020, 12:14 PM IST

ETV Bharat / bharat

'ଚୀନର ଆକ୍ରମଣାତ୍ମକ ସ୍ବଭାବର କଡା ଜବାବ ଦେଇଛି ଭାରତ'

ଚୀନ ପୂର୍ବ ଲଦାଖରେ ହୋଇଥିବା ସଂଘର୍ଷରେ ନିଜର ଆକ୍ରମଣାତ୍ମକ ସ୍ବଭାବ ଦେଖାଇଥିଲା । କିନ୍ତୁ ଭାରତ ଏହାର କଡା ଜବାବ ଦେଲା ବୋଲି ଆମେରିକା କହିଛି ।

ମାଇକ ପମ୍ପିଓ
ମାଇକ ପମ୍ପିଓ

ୱାଶିଂଟନ: ଭାରତ-ଚୀନ ସୀମା ବିବାଦକୁ ନେଇ ପୁଣିଥରେ ଚୀନ ଉପରେ ବର୍ଷିଛି ଆମେରିକା । ଚୀନ ପୂର୍ବ ଲଦାଖରେ ହୋଇଥିବା ସଂଘର୍ଷରେ ନିଜର ଆକ୍ରମଣାତ୍ମକ ସ୍ବଭାବ ଦେଖାଇଥିଲା । କିନ୍ତୁ ଭାରତ ଏହାର କଡା ଜବାବ ଦେଲା ବୋଲି ଆମେରିକା କହିଛି ।

ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓ କହିଛନ୍ତି, ମୁଁ ଏହି ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛି । ଚୀନ ସୀମାରେ ନିଜର ଆକ୍ରମଣାତ୍ମକ ସ୍ବଭାବ ଦେଖାଇଥିଲା । ଭାରତ ନିଜ ଢଙ୍ଗରେ ଏହାର ଉଚିତ ଜବାବ ଦେଇଛି ବୋଲି ପମ୍ପେଓ କହିଛନ୍ତି ।

ପମ୍ପେଓ ଚୀନ ରାଷ୍ଟ୍ରପତି ସି ଜିନପିଂଙ୍କୁ ସମାଲୋଚନା କରି ଆହୁରି କହିଛନ୍ତି ଯେ, ଚୀନ ନିଜର ଅନେକ ପଡୋଶୀ ଦେଶଙ୍କ ସହ ସୀମା ବିବାଦ ସୃଷ୍ଟି କରୁଛି । ବିଶ୍ବର କୌଣସି ବି ଦେଶକୁ ଚୀନକୁ ଏଭଳି କରିବାକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଏଭଳି କୌଣସି ପଡୋଶୀ ଦେଶ ନାହିଁ ଯିଏ ସ୍ପଷ୍ଟ ରୂପରେ କହିପାରିବ କି ତା ଦେଶର ସମ୍ପ୍ରଭୂତା କେଉଁଠି ସମାପ୍ତ ହେଉଛି ଏବଂ ଚୀନ ସେହି ସମ୍ପ୍ରଭୂତାର ସମ୍ମାନ କରୁଛି । ଚୀନକୁ ଜବାବ ଦେବା ପାଇଁ ବିଶ୍ବର ସମସ୍ତ ଦେଶକୁ ଏକତ୍ରିତ ହେବାକୁ ପଡିବ । ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ବୋଲି ପମ୍ପେଓ କହିଛନ୍ତି ।

ପମ୍ପେଓ ଆହୁରି କହିଛନ୍ତି ଯେ, ଆମେରିକା ଏହି ପ୍ରସଙ୍ଗକୁ ନେଇ ଚୀନ ନେତୃତ୍ବ ସହ ଆଲୋଚନା କରିବାର ପ୍ରୟାସ କରିଥିଲା । ଆମେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛୁ । ଆମେ ଅର୍ଥ କେବଳ ଆମେରିକା ନୁହେଁ ବରଂ ସମ୍ପୂର୍ଣ୍ଣ ୟୁରୋପୀୟ ସଂଘ । ଏହି ମାମଲାକୁ ନେଇ ଖୁବ ଶୀଘ୍ର ୟୁରୋପୀୟ ସଂଘ ସହ ଆଲୋଚନା ହେବ । ଚୀନ ସରକାରଙ୍କ ଚ୍ୟାଲେଞ୍ଜର ଜବାବ କିପରି ଦିଆଯିବ ସେନେଇ ଆଲୋଚନା ହେବ ବୋଲି ପମ୍ପେଓ କହିଛନ୍ତି ।

ABOUT THE AUTHOR

...view details