ଓଡିଶା

odisha

By

Published : Oct 2, 2019, 5:32 PM IST

ETV Bharat / bharat

ଆସନ୍ତା ସପ୍ତାହରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି: ମହାବଳିପୁରମରେ ମୋଦିଙ୍କ ସହ ବୈଠକ

ଅକ୍ଟୋବର ଦ୍ବିତୀୟ ସପ୍ତାହରେ ପିଏମ ମୋଦି ଓ ସି ଜିନପିଙ୍ଗ ମଧ୍ୟରେ ଅଣଅନୁଷ୍ଠାନିକ ଭାବରେ ଏକ ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଫାଇଲ ଫଟୋ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ । ଅକ୍ଟୋବର ଦ୍ବିତୀୟ ସପ୍ତାହରେ ପିଏମ ମୋଦି ଓ ସି ଜିନପିଙ୍ଗ ମଧ୍ୟରେ ଅଣଅନୁଷ୍ଠାନିକ ଭାବରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ଗସ୍ତରେ ଦୁଇ ପ୍ରମୁଖ ରାଷ୍ଟ୍ରନେତା ଚେନ୍ନାଇ ନିକଟସ୍ଥ ମହାବଳୀପୁରମ ଗସ୍ତ କରିବେ ।

ଫଟୋ ସୌଜନ୍ୟ: ଏଏନଆଇ

ଗତବର୍ଷ ସି ଜିନପିଙ୍ଗଙ୍କ ନିମନ୍ତ୍ରଣରେ ପିଏମ ମୋଦି ତିନି ଦିନିଆ ଚୀନ ଗସ୍ତ କରିଥିଲେ । ଅଣଅନୁଷ୍ଠାନିକ ଭାବରେ ଏହି ବୈଠକରେ ମୋଦି ଚୀନ ରାଷ୍ଟ୍ରପତିଙ୍କୁ ଭାରତକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ।

ଏହି ବୈଠକରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହେବାକୁ ଅଣଅନୁଷ୍ଠାନିକ ବୈଠକରେ କାଶ୍ମୀର ପ୍ରସଙ୍ଗ ପ୍ରମୁଖ ଚର୍ଚ୍ଚାର ବିଷୟବସ୍ତୁ ରହିବ । ସେହିପରି ବ୍ୟବସାୟିକ ସମ୍ପର୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ରହିପାରେ ।

ABOUT THE AUTHOR

...view details