ଚେନ୍ନାଇ: ଭାରତ ଗସ୍ତରେ ଆସି ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଧାର୍ଯ୍ୟ ସମୟ ପୂର୍ବରୁ ସେ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସ୍ବାଗତ ଜଣାଇଛନ୍ତି ।
ଚେନ୍ନାଇରେ ଚୀନ ରାଷ୍ଟ୍ରପତି - ଚେନ୍ନାଇରେ ଚୀନ ରାଷ୍ଟ୍ରପତି
ଚେନ୍ନାଇରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଚେନ୍ନାଇରୁ ସଡକମାର୍ଗରେ ମହାବଳୀପୁରମ ଯିବେ ଜିନପିଙ୍ଗ ।

ଫଟୋ ସୌଜନ୍ୟ: ଏଏନଆଇ
ମହାବଳୀପୁରମରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଭେଟଘାଟ ହେବ। ଚୀନ ରାଷ୍ଟ୍ରପତି ସଡକ ମାର୍ଗରେ ଚେନ୍ନାଇରୁ ମହାବଳୀପୁରମ ଯାତ୍ରା କରିବେ।