ନୂଆଦିଲ୍ଲୀ: ଭାରତ-ଚୀନ ତିକ୍ତତା ଦିନକୁ ଦିନକୁ ବଢିବାରେ ଲାଗିଛି । ଲଦାଖ ସ୍ଥିତ ଗଲୱାନ ଘାଟି ସଂର୍ଘଷ ପରେ ଚୀନ ପ୍ରତି ଭାରତୀୟଙ୍କ ମନରେ ଆକ୍ରୋଶ ବଢିବାରେ ଲାଗିଛି । ଯାହାକୁ ନେଇ ଭାରତ ଏବେ ଚୀନକୁ ପାନେ ଦେବାକୁ ସବୁଦିଗରୁ ବଏକଟ କରିବା ଅଭିଯାନ ଆରମ୍ଭ କରିଛି । ଦେଶରେ ବିକ୍ରି ହେଉଥିବା ଚାଇନିଜ ସାମଗ୍ରୀକୁ ବର୍ଜନ କରିବାକୁ ଅନେକ କହୁଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ମଧ୍ୟ ହୋଟେଲ ଏବଂ ଗେଷ୍ଟ ହାଉସରେ ଚୀନି ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
କନଫେଡରେସନ ଅଫ ଇଣ୍ଡିଆ ଟ୍ରେଡର୍ସ(କ୍ୟାଟ)ର ଚୀନ ସାମଗ୍ରୀକୁ ବର୍ଜନ କରିବା ଆହ୍ବାନ ପରେ ଦିଲ୍ଲୀର ବଡ ବଡ ହୋଟେଲର ସଂଙ୍ଗଠନ ହୋଟେଲ ଏବଂ ଗେଷ୍ଟ ହାଉସର ମାଲିକ ସଂଘ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ସଂଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚୀନର କାର୍ଯ୍ୟକଳାପକୁ ଦେଖିବା ପରେ ସଂଘ ତରଫରୁ ଏଭଳି ନିଷ୍ପତି ନିଆଯାଇଛି ।