ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଗଲୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତର ଲୋକେ ଚୀନ ବିରୋଧି ପ୍ରତିକ୍ରିୟା ଦେଉଛନ୍ତି। ଏଥି ସହିତ ଚୀନ ନାଗରିକଙ୍କୁ ଦିଲ୍ଲୀର ହୋଟେଲ ଓ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି।
ଚୀନ ପ୍ରତି ବିରୋଧ ପ୍ରଦର୍ଶନ: ଚାଇନିଜଙ୍କୁ ମନା ଦିଲ୍ଲୀର 3000 ହୋଟେଲ - india-china conflicts
ଗଲୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତର ଲୋକେ ଚୀନ ବିରୋଧି ପ୍ରତିକ୍ରିୟା ଦେଉଛନ୍ତି। ଏଥି ସହିତ ଚୀନ ନାଗରିକଙ୍କୁ ଦିଲ୍ଲୀର ହୋଟେଲ ଓ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି।
କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ଚୀନ ସାମଗ୍ରୀ ଉପରେ କଟକଣା ପରେ ଦିଲ୍ଲୀ ହୋଟେଲ ଓ ଗେଷ୍ଟ ହାଉସ୍ ମାଲିକ ସଂଘ ଏହି ପ୍ରମୁଖ ନିଷ୍ପତ୍ତି ନେଇଛି। ଚୀନର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ଦିଲ୍ଲୀର ହୋଟେଲ ଓ ଗେଷ୍ଟ ହାଉସରେ କୌଣସି ଚୀନ ନାଗରିକକୁ ଅନୁମତି ଦିଆଯିବ ନାହିଁ ।
ଦିଲ୍ଲୀରେ ପ୍ରାୟ 3000 ବଜେଟ୍ ହୋଟେଲ ଓ ଗେଷ୍ଟ ହାଉସ୍ ରହିଛି । ଏହାସହ ପ୍ରାୟ 75 ହଜାର ହୋଟେଲ୍ ରୁମ୍ ରହିଛି । ଏହି ସୂଚନା ପ୍ରଦାନ କରି ଦିଲ୍ଲୀ ହୋଟେଲ ଓ ଗେଷ୍ଟ ହାଉସ ମାଲିକ ସଂଘର ସାଧାରଣ ସମ୍ପାଦକ ମହେନ୍ଦ୍ର ଗୁପ୍ତା କହିଛନ୍ତି ଯେଉଁଭଳି ଭାବରେ ଚୀନ ଭାରତ ବ୍ୟବହାର କରୁଛି, ଏହାକୁ ଦୃଷ୍ଟିରେ ରଖି ଏହି ଦିଲ୍ଲୀର ସମସ୍ତ ହୋଟେଲ ଏହି ନିଷ୍ପତ୍ତି ନେଇଛନ୍ତି ।