ଓଡିଶା

odisha

‘ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁ ଭାରତ’

By

Published : Aug 31, 2020, 9:11 PM IST

ଉତ୍ତେଜନାକୁ ଏଡାଇବା ପାଇଁ ଭାରତକୁ ଚୀନ-ଭାରତ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ ବୋଲି ସୋମବାର ସନ୍ଧ୍ୟାରେ ଚୀନ ସେନା ଏହି ପ୍ରସଙ୍ଗରେ କହିଛି ।

ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁ ଭାରତ,ନଚେତ...
ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁ ଭାରତ,ନଚେତ...

ବେଜିଂ: ଭାରତ-ଚୀନ ସୀମାରେ ତିକ୍ତତା ମଧ୍ୟରେ ଚୀନ ପୁଣି ଥରେ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ଚୀନ ସୈନ୍ୟମାନେ ଅଗଷ୍ଟ 29-30 ରାତିରେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସତର୍କ ଥିବା ଭାରତୀୟ ଯବାନ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇ ପଛକୁ ଘଉଡାଇ ଦେଇଛନ୍ତି। ତେବେ ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ଚୀନ ସେନା ଭୟଭୀତ ହୋଇଥିବା କୁହାଯାଉଛି । ଉତ୍ତେଜନାକୁ ଏଡାଇବା ପାଇଁ ଭାରତକୁ ଚୀନ-ଭାରତ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ ବୋଲି ସୋମବାର ସନ୍ଧ୍ୟାରେ ଚୀନ ସେନା ଏହି ପ୍ରସଙ୍ଗରେ କହିଛି । ତେବେ ଚୀନର ଏହି ଦାବିରୁ ଏହା ସ୍ପଷ୍ଟ ହେଉଛି ଯେ ଚୀନ ସେନା ବର୍ତ୍ତମାନ ଭାରତୀୟ ସେନାର କାର୍ଯ୍ୟକଳାପକୁ ଭୟ କରିବା ଆରମ୍ଭ କରିଛି ।

ସେପଟେ ଚୀନ ଏହା ମଧ୍ୟ କହିଛି ଯେ ଚୀନ ସୈନ୍ୟମାନେ ଭାରତ ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ହୋଇଥିବା ସହମତିକୁ କଡାକଡି ଭାବରେ ପାଳନ କରିଛନ୍ତି। ଚୀନ ଭାରତୀୟ ସେନାର ବିବୃତ୍ତିକୁ ଅସ୍ୱୀକାର କରିଛି । ଚୀନ ସୈନ୍ୟ କେବେବି ପ୍ରକୃତ ନିୟନ୍ତ୍ରଣ ରେଖା ପାର କରିନାହାନ୍ତି ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ କହିଛି ।

ଏହାପୂର୍ବରୁ ଭାରତୀୟ ସେନା ଚୀନ ସୈନିକଙ୍କ ଉପରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲା।

ABOUT THE AUTHOR

...view details