ଓଡିଶା

odisha

ETV Bharat / bharat

ଦେଶର ବିଦ୍ୟୁତ ଉପକରଣ ଉପରେ ଚାଇନା ହ୍ୟାକର୍ସଙ୍କ ନଜର ! - cyber attack in india

ଦେଶର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଚୀନ ହ୍ୟାକର୍ସଙ୍କ ସାଇବର ଆକ୍ରମଣ ହେବାର ଆଶଙ୍କା ରହିଛି । ଏନେଇ ଶକ୍ତି ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ଦେଶର ବିଦ୍ୟୁତ ଉପକରଣ ଉପରେ ଚାଇନା ହ୍ୟକର୍ସଙ୍କ ନଜର!
ଦେଶର ବିଦ୍ୟୁତ ଉପକରଣ ଉପରେ ଚାଇନା ହ୍ୟକର୍ସଙ୍କ ନଜର!

By

Published : Jun 29, 2020, 1:54 PM IST

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଚୀନ ହ୍ୟାକର୍ସଙ୍କ ସାଇବର ଆକ୍ରମଣ ହେବାର ଆଶଙ୍କା ରହିଛି । ଏନେଇ ଶକ୍ତି ମନ୍ତ୍ରଣାଳୟ ଚେତାବନୀ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଚୀନରୁ ଆସୁଥିବା ସମସ୍ତ ବିଦ୍ୟୁତ୍ ଉପକରଣ ଉପରେ କଡା ଯାଞ୍ଚ କରାଯିବ।

ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି ଯେ ଅନୁସନ୍ଧାନରେ ଏହା ଦେଖାଯିବ ଯେ ଏପରି କୈଣସି ମାଲୱେର୍ କିମ୍ବା ଟ୍ରୋଜାନ୍ ହାର୍ସେଜ ଅଛି କି ନାହିଁ । ଏହା ଦ୍ବାରା ଭାରତରେ ପାୱାର୍ ଗ୍ରୀଡ୍ ହ୍ୟାକ୍ କରି ଏହାକୁ ବିଫଳ କରାଯାଇପାରିବ। ଯଦି ଏହା ଘଟେ ତେବେ ଚୀନ ଭାରତର ସମଗ୍ର ଅର୍ଥନୈତିକ କାର୍ଯ୍ୟକଳାପକୁ ସହଜରେ ବନ୍ଦ କରିପାରିବ ।

ଆର କେ ସିଂ କହିଛନ୍ତି ଯେ ଶକ୍ତି ନବୀକରଣ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି ଯେ ଅଗଷ୍ଟ 1 ତାରିଖରୁ ଚୀନରୁ ଆସୁଥିବା ସୌର ଶକ୍ତି ଉପକରଣ ଉପରେ ଭାରୀ କଷ୍ଟମ ଡ୍ୟୁଟି ଲାଗୁ କରାଯିବା ଉଚିତ । ଏହା ଦ୍ବାରା ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ସେ କହିଛନ୍ତି, ‘ବିଦ୍ୟୁତ୍ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ରଣନୈତିକ କ୍ଷେତ୍ର। ଏହା ସମସ୍ତ ଶିଳ୍ପ, ଯୋଗାଯୋଗ ପ୍ରଣାଳି ସହିତ ସମସ୍ତ ପ୍ରକାରର ଡାଟା ଆଧାର ପରିଚାଳନା କରେ ।

ABOUT THE AUTHOR

...view details