ଓଡିଶା

odisha

ETV Bharat / bharat

ସୀମା ବିବାଦକୁ ନେଇ ଆଜି ଭାରତ-ଚୀନର ଗୁରୁତ୍ବପୂର୍ଣ୍ଣ ବୈଠକ

ସୀମା ବିବାଦକୁ ନେଇ ଆଜି ଭାରତ ଏବଂ ଚୀନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଯୋଗ ଦେବା ଲାଗି ନୂଆ ଦିଲ୍ଲୀ ପହଞ୍ଚିଛନ୍ତି ୱାଂଗ ୟେଇ ।

boundary talks between india china
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 21, 2019, 9:32 AM IST

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଆଜି ଭାରତ ଏବଂ ଚୀନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଉଭୟ ଦେଶର ଶୀର୍ଷ ଅଧିକାରୀ ରାଜଧାନୀ ଦିଲ୍ଲୀରେ ଏପ୍ରସଙ୍ଗରେ ଆଲୋଚନା କରିବେ । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତର ପ୍ରତିନିଧିତ୍ବ କରିବେ । ସେହିପରି ଚୀନ ପକ୍ଷରୁ ଏହାର ପ୍ରତିନିଧିତ୍ବ କରିବେ ଚୀନର ବୈଦେଶିକ ମନ୍ତ୍ରୀ ତଥା ଷ୍ଟେଟ କାଉନ୍‌ସଲର ୱାଂଗ ୟେଇ ।

ତେବେ ଏହି ଦୁଇ ଦିବସୀୟ ବୈଠକରେ ଯୋଗ ଦେବା ଲାଗି ନୂଆ ଦିଲ୍ଲୀ ପହଞ୍ଚିଛନ୍ତି ୱାଂଗ ୟେଇ । ଏହି ବୈଠକରେ ସୀମା ନିର୍ଦ୍ଧାରଣ, ସୀମା ପ୍ରବନ୍ଧନ ଏବଂ ଦ୍ବିପାକ୍ଷିକ ତଥା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ଆଲୋଚନା ହେବ । ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ ପ୍ରତିନିଧିଙ୍କର ଏହା 22ତମ ବୈଠକ ।

ABOUT THE AUTHOR

...view details