ନୂଆଦିଲ୍ଲୀ: ମହାମାରୀ କୋରୋନା କାଳ ବର୍ତ୍ତମାନ ଭାରତ ଓ ଚୀନ ସୀମା ବିବାଦ ଧିରେ ଧିରେ ବଢିବାରେ ଲାଗିଛି । ଏବେ ଚୀନ ଲଦାଖରେ ଥିବା ଏଲଏସି ନିକଟରେ ସୀମାନ୍ତ ସେନା ସାମରିକ ଘାଟିରେ ଗୁଳିଗୋଳା, ଯୁଦ୍ଧାସ୍ତ୍ର୍ ଠୁଳ କରିବାରେ ଲାଗିଛନ୍ତି । ଅନ୍ୟପଟେ ଏଲଏସି ଠାରୁ 100-150 କିଲୋମିଟର ଦୂରରେ ଥିବା ହଟାନ ଓ ଗାର୍ଗୁନ୍ସା ସେନା ବେସରେ ଚୀନ ଫାଇଟର ଜେଟ ମୂତୟନ କରିଛି । ଏହା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ।
ଚୀନ ସେନା ବର୍ତ୍ତମାନ ସେଠାରେ ପ୍ରାୟ 10-12 ଯୁଦ୍ଧ ବିମାନର ଏକାଠି କରିଛି । ଏହାସହ ଏହି ଫାଇଟର ଜେଟ ମଧ୍ୟ ଭାରତୀୟ ଅଞ୍ଚଳ ନିକଟରେ ଉଡ଼ାଣ କାର୍ଯ୍ୟ କରୁଛନ୍ତି। ଏହି J-11 ଏବଂ J-7 ର ଗତିବିଧି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ ବୋଲି ଭାରତୀୟ ସେନା କହିଛି ।