ଓଡିଶା

odisha

ETV Bharat / bharat

କୋରୋନା ସମ୍ପର୍କରେ ପ୍ରଥମ ସୂଚନା ଦେଇଥିବା ଡାକ୍ତରଙ୍କ ମୃତ୍ୟୁ - coronavirus outbreak died wuhan

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ସମ୍ପର୍କରେ ପ୍ରଥମ ସୂଚନା ଦେଇଥିବା ଚୀନ୍ ଡାକ୍ତର ଲି ୱେନଲିୟାଙ୍ଗ ଗତ ଗୁରୁବାର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

chinese doctor li wenliang death
କୋରୋନା ସମ୍ପର୍କରେ ପ୍ରଥମ ସୂଚନା ଦେଇଥିବା ଡାକ୍ତରଙ୍କ ମୃତ୍ୟୁ

By

Published : Feb 7, 2020, 9:45 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସମ୍ପର୍କରେ ପ୍ରଥମ ସୂଚନା ଦେଇଥିବା ଡାକ୍ତରଙ୍କ ମୃତ୍ୟୁ । ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ସମ୍ପର୍କରେ ଦୁନିଆକୁ ପ୍ରଥମ ସୂଚନା ଦେଇଥିବା ଚୀନ୍ ଡାକ୍ତର ଲି- ୱେନଲିୟାଙ୍ଗଙ୍କ ଗୁରୁବାର ମୃତ୍ୟୁ ଘଟିଛି ।

ଚୀନର ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଲି ୱେନଲିୟାଙ୍ଗଙ୍କ ମୃତ୍ୟୁ କୋରୋନା ଭାଇରସ ସଂସ୍ପର୍ଶରେ ଆସି ହୋଇଛି । ଯେତେବେଳେ ଚୀନର ଉହାନ ସହରରେ କୋରୋନା ଭାଇରସ ଖବର ଲୁଚାଇବାକୁ ଚେଷ୍ଟା କରାଯାଉଥିଲା ସେତେବେଳେ ଲି -ୱେନଲିୟାଙ୍ଗ ମେଡିକାଲରୁ ଏକ ଭିଡିଓ ମାଧ୍ୟମରେ କୋରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ ।

ଏହାପରେ ଚୀନର ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଲି ୱେନଲିୟାଙ୍ଗଙ୍କୁ ପଚରାଉଚରା କରିଥିଲେ । ଏହାଛଡା ଉହାନ ପୋଲିସ ଡାକ୍ତର ଲିଙ୍କୁ ଏକ ନୋଟିସ୍ ଜାରି କରିବା ସହ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ଉପରେ ଆରୋପ ଲଗାଇଥିଲା ।

ତେବେ ଗତ ବର୍ଷ ଡିସେମ୍ବର 30ରେ ଏକ ଚାଟ୍ ଗ୍ରୁପ ମାଧ୍ୟମରେ ନିଜ ସାଥୀ ଡାକ୍ତରମାନଙ୍କୁ ଲି ୱେନଲିୟାଙ୍ଗ ଏକ ମେସେଜ ପଠାଇ ଏହି ଭାଇରସର ବିପଦ ବିଷୟରେ ଜଣାଇଥିଲେ । ଏଥିସହ ସେମାନଙ୍କୁ ଏକ ଭିନ୍ନ କପଡା ପରିଧାନ କରିବାକୁ ଚେତାବନୀ ଦେଇଥିଲେ ।

ତେବେ କୋରୋନା ଭାଇରସ ସଂସ୍ପର୍ଶରେ ଆସି ଗତ ଜାନୁଆରୀ 12ରେ ଲି ୱେନଲିୟାଙ୍ଗମେଡିକାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ(ଡବ୍ଲ୍ୟୁଏଚ୍ଓ) ଦୁଃଖ ପ୍ରକାଶ କରିଛି ।

ABOUT THE AUTHOR

...view details