ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିବାର ସମ୍ଭାବନା ରହିଛି । ମସ୍କୋରେ ତିନି ଦିନିଆ ସାଂଘାଇ କର୍ପୋରେସନ ସଙ୍ଗଠନ ସମ୍ମିଳନୀରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଆଲୋଚନା କରିବାକୁ ଚାହୁଁଥିବା ଜଣାପଡିଛି ।
ସୂତ୍ରରୁ ପ୍ରକାଶ ଯେ, ଚୀନ ପ୍ରତିରକ୍ଷା ମନ୍ତ୍ରୀ ଏସସିଓ ବୈଠକରେ ରାଜନାଥ ସିଂଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି । ଚୀନ୍ର ଅନୁରୋଧକୁ ଭାରତୀୟ ପକ୍ଷ ଏପର୍ଯ୍ୟନ୍ତ ଜବାବ ଦେଇନାହାଁନ୍ତି। ଅନ୍ୟପଟେ ତିନି ଦିନିଆ କାର୍ଯ୍ୟକ୍ରମରେ ଚୀନ୍ ପ୍ରତିପକ୍ଷଙ୍କ ସହ ସିଂଙ୍କ ସାକ୍ଷାତ କାର୍ଯ୍ୟସୂଚୀରେ ନାହିଁ ବୋଲି ସୂତ୍ରରୁ ପ୍ରକାଶ।
ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏବଂ ଡି-ଏସ୍କାଲେସନ୍ ମାଧ୍ୟମରେ ସୀମା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ଚୀନ୍ ସହିତ ଆନ୍ତରିକତାର ସହ ଜଡିତ ହେବାକୁ ଭାରତ ଅନୁରୋଧ କରିଛି । ଗୁରୁବାର ଦିନ ସାପ୍ତାହିକ ସଂକ୍ଷିପ୍ତ ବକ୍ତବ୍ୟରେ ଏମଏ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ଆଲୋଚନା ହେଉଛି।