ଓଡିଶା

odisha

ETV Bharat / bharat

ଡ୍ରାଗନର ନୂଆ ଚାଲ୍‌, ଲିପୁଲେଖ ନିକଟରେ ହଜାରରୁ ଅଧିକ ଯବାନ ମୁତୟନ କଲା ଚୀନ - Chinese army

ଏକ ରିପୋର୍ଟ ଅନୁଯାୟୀ ଚୀନ ଲିପୁଲେଖ ସୀମା ନିକଟସ୍ଥ ଚୀନ୍‌ ଇଲାକାରେ ପ୍ରାୟ ହଜାରରୁ ଅଧିକ ସୈନିକଙ୍କୁ ମୁତୟନ କରିଛି । ଚୀନର ଏହି ଚାଲ୍‌କୁ ଲକ୍ଷ୍ୟ କରି ଭାରତ ମଧ୍ୟ ସୀମାରେ ଚୀନ ସେନାଙ୍କ ବରାବର ସେନା ମୁତୟନ କରିଥିବା ଜଣାପଡିଛି ।

ଡ୍ରାଗନର ନୂଆ ଚାଲ୍
ଡ୍ରାଗନର ନୂଆ ଚାଲ୍

By

Published : Aug 2, 2020, 4:12 PM IST

ନୂଆଦିଲ୍ଲୀ: ଲଦାଖ ପରେ ଏବେ ଲିପୁଲେଖରେ ଭାରତ ବିରୋଧୀ ମୋର୍ଚ୍ଚା ଖୋଲିଛି ଡ୍ରାଗନ ଚୀନ । ଭାରତ ବିରୋଧର ଲଗାତାର ବୟାନବାଜୀ କରୁଥିବା ନେପାଳ ସହ ମିଳି ଏବେ ଚୀନ ଏହି ନୂଆ ଚାଲ୍‌ ଚଳାଇଛି । ଏକ ରିପୋର୍ଟ ଅନୁଯାୟୀ ଚୀନ ଲିପୁଲେଖ ସୀମା ନିକଟସ୍ଥ ଚୀନ୍‌ ଇଲାକାରେ ପ୍ରାୟ ହଜାରରୁ ଅଧିକ ସୈନିକଙ୍କୁ ମୁତୟନ କରିଛି । ଚୀନର ଏହି ଚାଲ୍‌କୁ ଲକ୍ଷ୍ୟ କରି ଭାରତ ମଧ୍ୟ ସୀମାରେ ଚୀନ ସେନାଙ୍କ ବରାବର ସେନା ମୁତୟନ କରିଥିବା ଜଣାପଡିଛି । ଏଲ୍‌ଏସି ନିକଟ ଲିପୁଲେଖ, ଅରୁଣାଚଳ ପ୍ରଦେଶ ଓ ନର୍ଥ ସିକିମ୍‌କୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ଚୀନ ସୈନ୍ୟ ଶକ୍ତି ବଢ଼ାଇବାରେ ଲାଗିଛି ।

ତେବେ ଭାରତ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । କାରଣ ନେପାଳର ନୂଆ ରାଜନୈତିକ ମାନଚିତ୍ରକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ତିକ୍ତତା ଲାଗି ରହିଛି । ନେପାଳ ଏହାର ରାଜନୈତିକ ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ଅନ୍ତର୍ଭୁକ୍ତ କରିଛି । ଭାରତ ଏହାକୁ ସର୍ବଦା ନିଜର ଅଞ୍ଚଳ ବୋଲି ବିବେଚନା କରୁଥିବାବେଳେ ନେପାଳ ମଧ୍ୟ ଏହାକୁ ନିଜର ବୋଲି ଦାବି କରିଛି। ତେବେ ଭାରତ-ନେପାଳ ବିବାଦରେ ଏବେ ଚୀନ ନିଆଁ ଉପରେ ଘିଅ ଢ଼ାଳିବା କାର୍ଯ୍ୟ ଆରମ୍ଭ କରିଛି ।

ଏକ ସାମରିକ ସୂତ୍ର ଅନୁଯାୟୀ, ଲିପୁଲେଖ ସୀମା ନିକଟରେ ପିପୁଲ୍ସ ଲିବରେସନ୍ ଆର୍ମିର ଏକ ହଜାର ସୈନିକ ନିୟୋଜିତ ହୋଇଛନ୍ତି। ଡ୍ରାଗନର କ୍ଷୁଧାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଲିପୁଲେଖ ସୀମାରେ ଏକ ହଜାର ସୈନିକ ନିୟୋଜିତ କରିଛି । ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି ।

ସୂଚନାଯୋଗ୍ୟ ଯେ, ଲିପୁଲେଖକୁ ନେଇ ଭାରତ-ନେପାଳ ମଧ୍ୟରେ ବିବାଦ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ଲିପୁଲେଖକୁ ସଂଯୋଗ କରୁଥିବା 80 କିଲୋମିଟର ସଡକ ପ୍ରକଳ୍ପ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ବାରା ମେ 8ରେ ଉଦ୍‌ଘାଟନ କରାଯାଇଥିଲା। ଏହାପରେ ନେପାଳ ଏହାକୁ ବିରୋଧ କରିଥିଲା । ଏହି ରାସ୍ତା ସେମାନଙ୍କ ଅଞ୍ଚଳରେ ରହିଛି ବୋଲି ନେପାଳ କହିଥିଲା । ଏହାପରେ ନେପାଳର ସଂସଦ ସମ୍ବିଧାନ ସଂଶୋଧନ ଅଧିନିୟମ ପାରିତ କରି ନେପାଳର ମାନଚିତ୍ରରେ ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରାକୁ ଅନ୍ତର୍ଭୁକ୍ତ କରିଥିଲା।

ABOUT THE AUTHOR

...view details