ଓଡିଶା

odisha

ETV Bharat / bharat

ଚୀନର ଚୌକିଦାର: ଚୋର ଧରାଇ, ଗାଇବ ମଜାଦାର ଗୀତ - chowkidar

ଘରର ଚୌକିଦାରୀ କରିବ ରୋବର୍ଟ। ଚୀନ ରାଜଧାନୀ ବେଜିଂରେ ନିର୍ମାଣ ହୋଇଛି ଏହି ରୋବର୍ଟ ଚୌକିଦାର।ଏହି ରୋବର୍ଟ ଭବିଷ୍ୟବାଣୀ ମଧ୍ୟ କରିପାରିବ। ମଜାଦାର କାହାଣୀ ସହ ବିଭିନ୍ନ ପ୍ରକାର ଗପ ମଧ୍ୟ କହି ଆପଣଙ୍କୁ ମନୋରଞ୍ଜନ ଦେଇପାରିବା

ଡିଜାଇନ ଫଟୋ

By

Published : Mar 23, 2019, 2:24 PM IST

ବେଜିଂ: ଆଉ ରାତିରେ ଆପଣଙ୍କ ଘର ଜଗିବନି ଚୌକିଦାର। ନିଶ୍ଚତରେ ଆପଣ ଶୋଇ ପାରିବେ। କାରଣ ଆପଣଙ୍କୁ ଜଗିବ ରୋବର୍ଟ। ଚୀନ ରାଜଧାନୀ ବେଜିଂରେ ନିର୍ମାଣ ହୋଇଛି ଏହି ରୋବର୍ଟ ଚୌକିଦାର।

ବେଜିଂ ଏରୋ ସ୍ପେସ ଅଟୋମେଟିକ କଣ୍ଟ୍ରୋଲ ଇନଷ୍ଟିଚ୍ୟୁଟ ପରିଯୋଜନା ନିର୍ଦ୍ଦେଶକ ଲିୟୁ ଗାଙ୍ଗଜୁନ କହିଛନ୍ତି, ଏହି ରୋବର୍ଟ କେବଳ ବେଆଇନ କାମକରୁଥିବା ଲୋକଙ୍କୁ ନୁହେଁ ଲୋକଙ୍କ ଚେହାର ଦେଖି ଠିକ ମଣିଷ ଭଳି କଥା ହୋଇପାରିବାରେ ସକ୍ଷମ ।

ଲିୟୁଙ୍କ କହିବା ଅନୁସାରେ, ଏହି ରୋବର୍ଟ 2018 ଡିସେମ୍ବର ମାସରୁ ଏପ୍ରିଲ 2018 ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ବିଏଏସସିଆଇ ଚାଇନା ଏକାଡେମି ଅଫ ଲଞ୍ଚ ୱେକଲ ଟେକନୋଲୋଜି ସାହାଯ୍ୟରେ ଏହାକୁ ବିକଶିତ କରାଯାଉଛି। ଏହାର ନାମ ମେଇବାଓ(meibao) ରହିଥିବା ଜଣାପଡିଛି । ତେବେ ଆପଣଙ୍କ ଘର ବାହାରେ ଯଦି କିଏ ସନ୍ଦିଗ୍ଧ ଦେଖାଯାଏ ସେ ଖୁବ ଶୀଘ୍ର ତାକୁ ଚିହ୍ନିବା ସହ ଆର୍ଲମ ବାଜିବ ।

କେବଳ ଏତିକି ନୁହେଁ ଏହି ରୋବର୍ଟ ଭବିଷ୍ୟବାଣୀ ମଧ୍ୟ କରିପାରିବ। ମଜାଦାର କାହାଣୀ ସହ ବିଭିନ୍ନ ପ୍ରକାର ଗପ ମଧ୍ୟ କହି ଆପଣଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରିବ ଏହି ରୋବର୍ଟ। କୁନି କୁନି ପିଲା ଏହି ରୋବର୍ଟ ପ୍ରତି ବେଶୀ ଆକର୍ଷିତ ହେବେ ।

For All Latest Updates

ABOUT THE AUTHOR

...view details