ୱାଶିଂଟନ: ମଙ୍ଗଳବାର ପୁଣିଥରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇବା ପାଇଁ ଉଦ୍ୟମ କରିଥିଲା ଚୀନ । କିନ୍ତୁ ଫ୍ରାନ୍ସ, ଆମେରିକା, ଋଷ ଏବଂ ବ୍ରିଟେନର ପ୍ରତିବାଦ ପରେ ଚୀନ ନିଜ ପ୍ରସ୍ତାବକୁ ଫେରାଇ ନେଇଥିବା ଜଣାପଡିଛି ।
ଜାତିସଂଘରେ ଦବିଲା ଚୀନ, ଫେରାଇ ନେଲା କାଶ୍ମୀର ଚର୍ଚ୍ଚା ପ୍ରସ୍ତାବ - କାଶ୍ମୀର ଉପରେ ଦେଇଥିବା ଚର୍ଚ୍ଚା ପ୍ରସ୍ତାବ ଫେରାଇ ନେଲା ଚୀନ
ମଙ୍ଗଳବାର ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଚୀନ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କୁ ନୋଟିସ ଦେଇଥିଲା । କିନ୍ତୁ ଫ୍ରାନ୍ସ, ଆମେରିକା, ଋଷ ଏବଂ ବ୍ରିଟେନର ପ୍ରତିବାଦ ପରେ ଚୀନ ନିଜ ପ୍ରସ୍ତାବକୁ ଫେରାଇ ନେଇଥିବା ଜଣାପଡିଛି ।
ମଙ୍ଗଳବାର ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଚୀନ ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କୁ ନୋଟିସ ଦେଇଥିଲା । ସର୍ବପ୍ରଥମେ ଭାରତର ମିତ୍ର ରହିଆସୁଥିବା ଫ୍ରାନ୍ସ ଚୀନକୁ ତାଗିଦ କରିବା ସହ କାଶ୍ମୀର ଭାରତର ଅଭ୍ୟାନ୍ତରୀଣ ମାମଲା ବୋଲି କହିଥିଲା । ଏହା ସହିତ ଫ୍ରାନ୍ସ କହିଥିଲା, କାଶ୍ମୀର ପ୍ରସଙ୍ଗ ପାଇଁ ଏହା ପ୍ରକୃଷ୍ଠ ସ୍ଥାନ ନୁହେଁ । ସ୍ଥାୟୀ ସଦସ୍ୟତାର ଦୂରୁପଯୋଗ କରି ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଇଥିବା ପ୍ରସଙ୍ଗକୁ ଏଠାରେ ଉଠାଇବା ଅନୁଚିତ । ଏହା ବ୍ୟତୀୟ ଅନ୍ୟାନ୍ୟ ସ୍ଥାୟୀ ସଦସ୍ୟ ଆମେରିକା, ଋଷ ଓ ବ୍ରିଟେନ ମଧ୍ୟ ଚୀନ ବଦଳରେ ଭାରତକୁ ସମର୍ଥନ କରିଥିଲେ । ସେହିପରି ଅସ୍ଥାୟୀ ସଦସ୍ୟ ଜର୍ମାନୀ ଓ ପୋଲାଣ୍ଡ ମଧ୍ୟ ଚୀନକୁ ସମର୍ଥନ ଦେଇନଥିଲେ । ଫଳରେ ଚୀନକୁ ବାଧ୍ୟ ହୋଇ ନିଜ ପ୍ରସ୍ତାବକୁ ଫେରାଇ ନେବାକୁ ପଡିଥିଲା ।
ସେପଟେ ଭାରତ ଏହି ମାମଲାରେ ସମ୍ପୂର୍ଣ୍ଣ ଚୁପ ରହିଥିଲା । କାରଣ ଭାରତ ବର୍ତ୍ତମାନ ଜାତିସଙ୍ଘର ସଦସ୍ୟ ନାହିଁ । କିନ୍ତୁ ବ୍ରିଟେନ ଏହି ମାମଲାରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଥିଲା ।