ନୂଆଦିଲ୍ଲୀ: କୋରୋନା ଭାଇରସ କବଳରେ କବଳିତ ସମଗ୍ର ଚୀନ । ଏଥିରୁ ରକ୍ଷା ପାଇବା ନେଇ ପ୍ରଚେଷ୍ଟା ଜାରି ରଖିଛି ଚୀନ। ଏହି ସମୟରେ ଚୀନକୁ ସହାୟତାର ହାତ ବଢାଇଛି ଭାରତ । ଏହାକୁ ସ୍ବାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।
କୋରୋନା ଭାଇରସ: ସାହାଯ୍ୟ ପାଇଁ ମୋଦିଙ୍କୁ ସ୍ବାଗତ ଜଣାଇଲା ଚୀନ - ସାହାର୍ଯ୍ୟ ପାଇଁ ମୋଦିଙ୍କୁ ସ୍ବାଗତ ଜଣାଇଲା ଚୀନ
କୋରାନା ଭାଇରସରେ 1 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ପ୍ରାୟ 45 ହଜାରରୁ ଉର୍ଦ୍ଧ୍ବ ଲୋକେ ସଂକ୍ରମିତ ଥିବା ଜଣାପଡିଛି । ଏପରି ସ୍ଥିତିରେ ଚୀନକୁ ସହାୟତା କରିବା ପାଇଁ ହାତ ବଢାଇଛି ଭାରତ । ଅଧିକ ପଢନ୍ତୁ:
ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଗେଙ୍ଗ ସୁଆଙ୍ଗଙ୍କ ମୁତାବିକ, ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଏକ ପତ୍ରର ଉତ୍ତର ରଖିଛନ୍ତି ଚୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ । ସେ କହିଛନ୍ତି, 'ଭାରତର ସଦଭାବ ସମ୍ପୂର୍ଣ୍ଣ ଭାବେ ଚୀନ ସହିତ ବନ୍ଧୁତ୍ବର ପ୍ରଦର୍ଶନ କରୁଛି' । ଚୀନର କୋରୋନା ଭାଇରସ ବିରୁଦ୍ଧରେ ଭାରତ ଚୀନକୁ ସମର୍ଥନ କରୁଥିବାରୁ ସେ ଭାରତକୁ ପ୍ରଶଂସା କରୁଥିବା କହିଛନ୍ତି ।
ତେବେ ମୋଦି ରବିବାର ଏକ ପତ୍ରରେ ଚୀନ ରାଷ୍ଟ୍ରପତିଙ୍କୁ ଏହି ହେଲଥ ଏମରଜେନ୍ସିରୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିବାକୁ କହିଥିଲେ । ଏହି ସଙ୍କଟ ସମୟରେ ଚୀନ ରାଷ୍ଟ୍ରପତି ଓ ଜନତାଙ୍କ ସାଥିରେ ରହିଥିବା କହିଥିଲେ । ଏହାସହ ନିଜ ପତ୍ରରେ ମୋଦି ଚୀନର ଉହାନରୁ ପ୍ରାୟ 650 ଜଣ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିବାକୁ ସାହାଯ୍ୟ ଓ ସୁବିଧା କରିଥିବାରୁ ସେ ଚୀନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।