ନୂଆଦିଲ୍ଲୀ: ଗଲୱାନ୍ ଭ୍ୟାଲିରେ ସାମ୍ପ୍ରତିକ ବିବାଦ ପରେ ସାରା ଦେଶରେ ଚୀନ୍ ବିରୋଧୀ ନାରା ଜୋର ଧରିଛି । ଏପରିସ୍ଥିତିରେ ଭାରତବାସୀ ଚାହୁଁଛନ୍ତି ଯେ ସରକାର ଚୀନ୍ ସହିତ ବାଣିଜ୍ୟିକ ସମ୍ପର୍କ ହ୍ରାସ କରନ୍ତୁ ଏବଂ ଚୀନ୍ ଠାରୁ ଆମଦାନୀ ହ୍ରାସ କରିବା ଆରମ୍ଭ କରନ୍ତୁ । ମାତ୍ର ଯଦି ଭାରତର ଫାର୍ମା କ୍ଷେତ୍ର ଆଲୋଚନା କରାଯାଏ ତେବେ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସମସ୍ତ ପ୍ରୟାସ କେବଳ କାଗଜ କଲମରେ ହୋଇଛି । ଏକ ପରିସଂଖ୍ୟାନ ଦର୍ଶାଏ ଯେ 2017 ରେ ଡୋକଲାମ ବିବାଦ ପରେ ଭାରତର ଏପିଆଇ ନିର୍ମାତାମାନେ ସରକାରଙ୍କୁ ନିଜର ନୀତି ପ୍ରସ୍ତୁତ କରିବାକୁ ଦାବି କରିଥିଲେ ଯାହା ଦ୍ବାରା ଚାଇନାରୁ ଆମଦାନୀ ହ୍ରାସ ହୋଇପାରିବ, କିନ୍ତୁ ଏହି ଚାହିଦା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସରକାରଙ୍କର ମଧ୍ୟ ସମାନ ଯୋଜନା ଥିଲା କିନ୍ତୁ ଏହା ଆଗକୁ ବଢିପାରିନଥିଲା ।
2019 ରେ, ଚୀନରୁ ଭାରତର ଫାର୍ମା ଆମଦାନୀ ମୂଲ୍ୟ 1,150 କୋଟି ଥିଲା, ଯାହା 2015-16 ରେ 947 କୋଟି ଥିଲା । ଡୋକଲାମ ବିବାଦ ପରେ, ଚୀନରୁ ଭାରତର ଫାର୍ମା ଆମଦାନୀ ପ୍ରାୟ 28% ବୃଦ୍ଧି ପାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ବାରା ଏହି ତଥ୍ୟ ଦିଆଯାଇଛି।
ଯଦି ଆମେ ଫାର୍ମା ଉତ୍ପାଦର ଅନ୍ୟାନ୍ୟ ଉତ୍ପାଦ ବିଷୟରେ ଆଲୋଚନା କରିବା, ତେବେ ଏହାର ଆମଦାନୀ 58% ବୃଦ୍ଧି ହୋଇ 276 କୋଟିରେ ପହଞ୍ଚିଛି । ଚୀନରୁ ଭାରତକୁ ଆସୁଥିବା ଜିନିଷଗୁଡ଼ିକ ମଧ୍ୟରେ ଫାର୍ମା ଉପାଦାନ, ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଜଡିତ ।