ଓଡିଶା

odisha

ETV Bharat / bharat

ପକାଇଥିବା ଛେପ ଢୋକିଲା ଚୀନ !

ସ୍ବର ବଦଳାଇଲା ଚୀନ । 24 ଘଣ୍ଟା ପୂର୍ବରୁ ମାନିଥିଲା, ଏବେ ଖାରଜ କଲା । ଅରୁଣାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଚୀନ ଏକ ମାନଚିତ୍ର ଦର୍ଶାଇଥିଲା । କିନ୍ତୁ ଏହାକୁ ପରେ ହଟାଇ ଦେଇଛି ।

By

Published : Apr 28, 2019, 9:17 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ଚୀନର ବଦମାସୀ । 24 ଘଣ୍ଟା ନ ପୁରୁଣୁ ବଦଳାଇଲା ଚାଲ । ଜମ୍ମୁ କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଂଶ ଭାବେ ମାନିବାକୁ ପୁଣି ନାରାଜ। ବିଗତ ଦିନରେ ଚୀନ ସ୍ବୀକାର କରିଥିଲା ଯେ, ଅରୁଣାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏ ନେଇ ମଧ୍ୟ ମ୍ୟାପ ଜାରି କରିଥିଲା । କିନ୍ତୁ ହଠାତ ଚାଲିକି ଚୀନ ଜମ୍ମୁ କାଶ୍ମୀର ଓ ଅରୁଣାଚଳକୁ ନେଇ ନିଜ ସ୍ବର ବଦଳାଇଛି । ତେଣୁ ପକାଇଥିବା ଛେପ ନିଜେ ଚୀନ ଢୋକିଲା ବୋଲି କୁହାଯାଇପାରେ ।

ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅନ୍ତର୍ଗତ ଚୀନ ସରକାରଙ୍କ ବାଣିଜ୍ୟିକ ମନ୍ତ୍ରଣାଳୟର ୱେବସାଇଟରେ ଅରୁଣାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀର କିଛି ଅଂଶ ଭାରତର ଅଭିନ୍ନ ଅଂଶ ବୋଲି ଦେଖାଯାଇଥିଲା । ଯାହାକୁ ବର୍ତ୍ତମାନ ଚୀନ ହଟାଇ ନେଇଛି ।

ବର୍ତ୍ତମାନ ବେଜିଂରେ ବେଲ୍ଟ ଏଣ୍ଡ ରୋଡ ଫୋରମ ଚାଲିଛି । ଯାହାକୁ ଭାରତ ବହିଷ୍କାର କରିଛି । କିନ୍ତୁ ଚୀନ ଭୁଲ ଭାବରେ ଭାରତକୁ ବିଆରଆଇର ଅଂଶ ବୋଲି ଦେଖାଉଛି । ଏହି ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ମଧ୍ୟ ସ୍ପଷ୍ଟ ଭାବେ ଚିହ୍ନିତ କରାଯାଇ ନାହିଁ । ଅନ୍ୟପକ୍ଷେ ଏହା ଚୀନ-ପାକର ଆର୍ଥିକ ମାର୍ଗ (ସିପିଇସି) ପ୍ରଧାନ ଅଂଶ ।

ତେବେ ସବୁବେଳେ ଭାରତକୁ ଚାରିଆଡୁ ଘେରିବାକୁ ଚାଲ ଖେଳୁଥିବା ଚୀନ ଏଥର ପୁଣି କେଉଁ ଚାଲ ଖେଳୁଛି ତାହା ଆଗକୁ ଜଣାପଡିବ ।

ABOUT THE AUTHOR

...view details