ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଟିକ୍ଟକ୍ ସମେତ ଚୀନର 59ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେବେ ଭାରତର ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହିଁ ଚୀନ । ଏନେଇ ସେ ବିଚଳିତ ହୋଇପଡିଛି । ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଭାରତ-ଚୀନ ଦ୍ବିପାକ୍ଷିକ ବୈଠକରେ ଏହି ପ୍ରସଙ୍ଗ ଉଠାଇଛି ଡ୍ରାଗନ ।
ସରକାରୀ ସୂତ୍ର ଅନୁଯାୟୀ, ନିକଟରେ ଭାରତ ଏବଂ ଚୀନ ମଧ୍ୟରେ ନୂଆଦିଲ୍ଲୀଠାରେ କୂଟନୈତିକ ସ୍ତରରେ ବୈଠକ ହୋଇଥିଲା । ଏହି ବୈଠକରେ ଚୀନ ପକ୍ଷରୁ ଭାରତରେ ମୋବାଇଲ ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରସଙ୍ଗ ଉଠାଯାଇଥିଲା । ତେବେ ଭାରତ ମଧ୍ୟ ଚୀନକୁ ନିଜ ପକ୍ଷ ସ୍ପଷ୍ଟ କରିଥିବା ସୂତ୍ରରୁ ପ୍ରକାଶ ପାଇଛି । ସୁରକ୍ଷା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ନିଜ ନାଗରିକଙ୍କ ସହ ଜଡିତ ତଥ୍ୟ ସହ ସାଲିସ କରିବାକୁ ଭାରତ ଚାହୁଁନଥିଲା ବୋଲି ଚୀନକୁ କୁହାଯାଇଛି ।