ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ନିକଟରେ ଭାରତ ଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି । ସୋମବାର ଏଭଳି କିଛି ଦାବି କରିଛି ଏକ ଡିଫେନ୍ସ ଥିଙ୍କ ଟ୍ୟାଙ୍କ । ସୋମବାର ଏହି ଥିଙ୍କ ଟ୍ୟାଙ୍କ ଇୟରବୁକ 2020 ଜରିଆରେ କେଉଁ ଦେଶ ନିକଟରେ କେତେ ପରମାଣୁ ଅସ୍ତ୍ର ରହିଛି ସେନେଇ ସୂଚନା ଦେଇଛି ।
ଷ୍ଟାକହୋଲ୍ମ ଇଣ୍ଟରନେଶନାଲ ପିସ ରିସର୍ଚ ଇନ୍ଷ୍ଟିଚ୍ୟୁଟ(SIPRI)ର ଇୟରବୁକ 2020 ଅନୁଯାୟୀ, ଚୀନ ନିକଟରେ 320ଟି ପରମାଣୁ ଅସ୍ତ୍ର ରହିଛି । ସେହିପରି ପାକିସ୍ତାନ ନିକଟରେ 160ଟି ରହିଥିବା ବେଳେ ଭାରତ ନିକଟରେ 150ଟି ପରମାଣଉ ଅସ୍ତ୍ର ରହିଛି ।
ତେବେ SIPRI ନିଜର 2019 ଇୟରବୁକରେ କହିଥିଲା କି, ଚୀନ ନିକଟରେ 290, ପାକିସ୍ତାନ ନିକଟରେ 150-160 ଏବଂ ଭାରତ ନିକଟରେ 130-140 ପରମାଣୁ ଅସ୍ତ୍ର ରହିଛି । ପରମାଣୁ ଅସ୍ତ୍ରକୁ ନେଇ ଏହି ରିପୋର୍ଟ ସେହି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖକୁ ନେଇ ସୀମା ବିବାଦ ଜାରି ରହିଛି ।