ନୂଆଦିଲ୍ଲୀ: ହଠାତ୍ ମାଡି ଆସିଲା ମହାସଙ୍କଟ। ସ୍ତବ୍ଧ ହୋଇଗଲା ବିଶ୍ବର ସର୍ବ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଆଉ ଠପ୍ ହୋଇଗଲା ଦିନ ରାତି ଦୌଡୁଥିବା ବଡ ବଡ ସହର। ଖାଲି ସେତିକି ନୁହେଁ ଏକ ଅଜଣା ମହାମାରୀରେ ଗଡିଲା ଶହ ଶହ ମୁଣ୍ଡ ଆଉ ନୀରିବ ଗଲେ ଏହାର ଜନ ସାଧାରଣ। ଯାହାଫଳରେ ଖୁବ୍ ଦିନ ମଧ୍ୟରେ ଏହି ମହାମାରୀରେ ବହୁ ଲୋକଙ୍କ ଆତ୍ମୀୟଙ୍କୁ ସେମାନଙ୍କ ପାଖରୁ ଅଲଗା କରିଦେଲା।
କୋରୋନାରେ ଆଖି ବୁଝିଲେ ଆତ୍ମୀୟ, କାନ୍ଦିଲା ଚୀନ - କୋରୋନା ସଙ୍କଟ
ଆଜି କୋରୋନା ମୃତକଙ୍କୁ ମନେପକାଉଛି ଚୀନ। ଦେଶବ୍ୟାପି କୋରୋନ ମୃତକ ଓ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ 3 ମିନିଟ୍ ନୀରବ ପ୍ରାର୍ଥନା କରିଛି। ଏହାସହ ଖୁବ୍ ଶୀଘ୍ର ଦେଶରେ ସ୍ବାଭାବିକ ପରିସ୍ଥିତି ଫେରି ଆସିବ ବୋଲି ଚୀନ ବାସୀ ପ୍ରାର୍ଥନା କରିଛନ୍ତି। ଅଧିକ ଖବର ପଢନ୍ତୁ...
![କୋରୋନାରେ ଆଖି ବୁଝିଲେ ଆତ୍ମୀୟ, କାନ୍ଦିଲା ଚୀନ China Mourns Thousands](https://etvbharatimages.akamaized.net/etvbharat/prod-images/768-512-6653605-1030-6653605-1585976431142.jpg)
କୋରୋନାରେ ଆଖି ବୁଝିଲେ ଆତ୍ମୀୟ, କାନ୍ଦିଲା ଚୀନ
ଆଉ ଆଜି ସେମାନଙ୍କ ସ୍ମୃତିଚାରଣ କରିଛି ଚୀନ। ଦେଶବ୍ୟାପୀ କୋରୋନ ମୃତକ ଓ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ 3 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି। ଏହାସହ ଖୁବ୍ ଶୀଘ୍ର ଦେଶରେ ସ୍ବାଭାବିକ ପରିସ୍ଥିତି ଫେରି ଆସିବ ବୋଲି ଚୀନ ବାସୀ ପ୍ରାର୍ଥନା କରିଛନ୍ତି।
ସୂଚନା ଥାଉକି, ଚୀନରୁ ସୃଷ୍ଟ କୋରୋନ 200 ରୁ ଅଧିକ ଦେଶରେ କାୟା ବିସ୍ତାର କରିଥିବା ବେଳେ ବର୍ତ୍ତମାନ ଚୀନକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହି ମହାମାରୀରେ ଚୀନରେ 3 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 80 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଚିକିତ୍ସା ଜାରି ରହିଛି ।