ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ଜାପାନ ସହ ସମ୍ପର୍କ ବୃଦ୍ଧି କରୁଛି ଭାରତ । ଶନିବାର ଭାରତ-ଜାପାନ ଯୁଦ୍ଧପୋତ ହିନ୍ଦ ମହାସାଗରରେ ଯୁଦ୍ଧାଭ୍ୟାସ କରିଥିବା ଉଭୟ ଦେଶ ନୌସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ଯୁଦ୍ଧାଭ୍ୟାସରେ ଉଭୟ ଦେଶର 2ଟି ଲେଖାଏଁ ଯୁଦ୍ଧପୋତ ଭାଗ ନେଇଥିଲେ । ତେବେ ଉଭୟ ଦେଶର ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଏହି ଯୁଦ୍ଧାଭ୍ୟାସ ହୋଇଥିଲା ବୋଲି ଜାପାନ ପକ୍ଷରୁ କୁହାଯାଇଛି ।
ଜାପାନ ସହ ଯୁଦ୍ଧାଭ୍ୟାସ କଲା ଭାରତ
ଶନିବାର ଭାରତ-ଜାପାନ ଯୁଦ୍ଧପୋତ ହିନ୍ଦ ମହାସାଗରରେ ଯୁଦ୍ଧାଭ୍ୟାସ କରିଥିବା ଉଭୟ ଦେଶ ନୌସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ଯୁଦ୍ଧାଭ୍ୟାସରେ ଉଭୟ ଦେଶର 2ଟି ଲେଖାଏଁ ଯୁଦ୍ଧପୋତ ଭାଗ ନେଇଥିଲେ ।
ତେବେ ଭାରତ ଏବଂ ଜାପାନ ମଧ୍ୟରେ ନୈସେନା ଅଭ୍ୟାସ ଏବେ ନିୟମିତ ଭାବରେ ହେଉଛି । କିନ୍ତୁ ବର୍ତ୍ତମାନର ଏହି ଅଭ୍ୟାସକୁ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ବର୍ତ୍ତମାନ ସମୟରେ ଭାରତ-ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ସେପଟେ ଏହି ଯୁଦ୍ଧାଭ୍ୟାସ ଯୁଦ୍ଧ ଉଦ୍ଦେଶ୍ୟରେ ନୁହେଁ ବରଂ ରଣନୈତିକ ଆଦାନପ୍ରଦାନ ବୃଦ୍ଧି ପାଇଁ କରିଥିଲୁ ବୋଲି ନେଶନାସଲ ମେରିଟାଇମ ଫାଉଣ୍ଡେସନର ମହାନିର୍ଦ୍ଦେଶକ ଭାଇସ ଆଡମିରାଲ ପ୍ରଦୀପ ଚୌହାନ କହିଛନ୍ତି ।
ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ନୌସେନାର ପ୍ରଶିକ୍ଷଣ ଯୁଦ୍ଧପୋତ ଆଇଏନଆସ ରାଣା ଏବଂ ଆଇଏନଏସ କୁଲୁସ ସାମିଲ ହୋଇଥିଲେ । ସେହିପରି ଜାପାନ ନୌସେନାର କାଶିମା ଏବଂ ଜେଏସ ଶିମାୟୁକି ଏହି ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିଲେ । ତେବେ ଗତ 3 ବର୍ଷରେ ଏହା ଉଭୟ ଦେଶ ମଧ୍ୟରେ ହୋଇଥିବା 15ତମ ଯୁଦ୍ଧାଭ୍ୟାସ ବୋଲି ନୂଆଦିଲ୍ଲୀ ସ୍ଥିତ ଜାପାନ ଦୂତାବାସ ପକ୍ଷରୁ କୁହାଯାଇଛି ।