ଓଡିଶା

odisha

ETV Bharat / bharat

ଏଲଏସିରେ ଚକ୍କର କାଟୁଛି ଚୀନ ହେଲିକପ୍ଟର, ଚୀନ ଏୟାରବେସ୍ ଉପରେ ଭାରତର ନଜର - border dispute

ଲଦାଖ ଅଞ୍ଚଳରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଜୁନ୍ 6 ରେ ଅନୁଷ୍ଠିତ ବୈଠକରେ କୌଣସି ଠୋସ୍ ଫଳାଫଳ ମିଳିପାରି ନାହିଁ କିନ୍ତୁ ଏହି ସମୟ ମଧ୍ୟରେ ଚୀନ ପୁଣି ଥରେ ସୀମାକୁ ଅଶାନ୍ତ କରିଛି।

china increased helicopter operations
ଏଲଏସି ଚାରିପାଖେ ବଢୁଛି ଚୀନ ହେଲିକପ୍ଟର

By

Published : Jun 8, 2020, 4:16 PM IST

ନୂଆଦିଲ୍ଲୀ: ଲଦାଖ ଅଞ୍ଚଳରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଜୁନ୍ 6 ରେ ଅନୁଷ୍ଠିତ ବୈଠକରେ କୌଣସି ଠୋସ୍ ଫଳାଫଳ ମିଳିପାରି ନାହିଁ କିନ୍ତୁ ଏହି ସମୟ ମଧ୍ୟରେ ଚୀନ ପୁଣି ଥରେ ସୀମାକୁ ଅଶାନ୍ତ କରିଛି। ପୂର୍ବ ଲଦାଖ ଚାରିପାଖରେ ଭାରତ ସୀମା ନିକଟରେ ଚୀନ ହେଲିକପ୍ଟର ନିୟୋଜିତ କରିଛି।

ସୂଚନାନୁସାରେ, ଏହି ହେଲିକପ୍ଟର ଗୁଡିକ ଲଦାଖ ନିକଟରେ ଏକତ୍ରିତ ହୋଇଥିବା ଚୀନ୍ ସୈନିକମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହେଉଛି। ଗତ 8-10 ଦିନ ଧରି ସୀମାର ଉଭୟ ପାର୍ଶ୍ବରେ ଆଲୋଡନ ଦେଖାଦେଇଛି, ଏଭଳି ପରିସ୍ଥିତିରେ ଚୀନ କ୍ରମାଗତ ଭାବରେ ନିଜର ଶକ୍ତି ବଢାଉଥିବା ପରି ମନେ ହେଉଛି।

ତେବେ ପେଟ୍ରୋଲ, ସାମଗ୍ରୀ ଯୋଗାଣ ପାଇଁ ଚୀନ୍ ଦ୍ବାରା ହେଲିକପ୍ଟର ବ୍ୟବହାର କରାଯାଉଛି, କିନ୍ତୁ ବର୍ତ୍ତମାନ ସେଗୁଡିକ ଭାରତ ସୀମାରେ ଉଡୁଛନ୍ତି। ଏହା ବ୍ୟତୀତ ଚୀନ୍ ସେନା PLA ର ଯୁଦ୍ଧ ବିମାନ ମଧ୍ୟ ପୂର୍ବ ଲଦାଖ ନିକଟରେ LAC ଉଡୁଥିବା ଦେଖିବାକୁ ମିଳିଛି ।

ପ୍ରକାଶଥାଉକି, ଚୀନ୍‌ର ହୁଟାନ୍ ଏବଂ ଗାଲଗୁନ୍ସା ବେସ୍ ଉପରେ ମଧ୍ୟ ଭାରତ ନଜର ରଖିଛି ଓ ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ଧ୍ୟାନ ରଖିଛି । ମେ ମାସ ଆରମ୍ଭରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଅତୀତରେ ଯେତେବେଳେ ଚୀନ ଯୁଦ୍ଧ ବିମାନକୁ ସୀମାରେ ନିୟୋଜିତ କରିଥିଲା, ସେତେବେଳେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। 2017 ରେ, ସେ ଡୋକଲାମ ସମୟରେ ସୃଷ୍ଟି ହୋଇଥିବା ପରିସ୍ଥିତିଠାରୁ ବି ଏହା ଅଧିକ ସାଂଘାତିକ ହେବାକୁ ଯାଉଥିବାର ଦେଖାଯାଉଛି ।

ସୂଚନାନୁସାରେ, ପୂର୍ବ ଲଦାଖ ନିକଟବର୍ତ୍ତୀ ଅଞ୍ଚଳ ହୁଟାନ-ଗାଲଗୁନ୍ସା ବେସ ନିକଟରେ 10-12 ଚାଇନାର ଯୁଦ୍ଧ ବିମାନ ନିୟୋଜିତ କରାଯାଇଛି। କେବଳ ଏତିକି ନୁହେଁ, ଚୀନର ବିମାନ ପୂର୍ବ ଲଦାଖର 30 କିଲୋମିଟର ଦୂରରେ ଅଛି । ଜୁନ 6 ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏହି ବିବାଦ ଉପରେ ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିପାରି ନାହିଁ। ତେବେ ଆଲୋଚନା ଆଗକୁ ବଢିପାରେ ।

ABOUT THE AUTHOR

...view details