ବେଜିଂ: ଇଥିଓପିଆର ବିମାନ ବୋଇଂ 737 ଦୁର୍ଘଟଣା ଗ୍ରସ୍ତ ହେବା ପରେ ସତର୍କ ହୋଇଯାଇଛି ଚୀନ ବିମାନ ପରିଚାଳନା ସଂସ୍ଥା ଏନେଇ ଚୀନ ତାର ସମସ୍ତ ବୋଇଂ-737 ମ୍ୟାକ୍ସ 8 ବିମାନକୁ ଅସ୍ଥାୟୀ ଭାବେ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଛି । ଚୀନ ପ୍ରଶାସନର କହିବା ଅନୁସାରେ ଏହି ନିର୍ଦ୍ଦେଶନାମା ସକାଳ ପ୍ରାୟ 9ଟା ସମୟରେ ଦିଆଯାଇଥିଲା ।
ତେବେ ସମସ୍ତ ବିମାନ ଯାତ୍ରୀମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରାଯାଇ ଏହି ଆଦେଶ ଦିଆଯାଇଛି । ବୋଇଂ ବିମାନର ଏପରି ଦୁର୍ଘଟଣା ଦ୍ବିତୀୟ ଥର ପାଇଁ ହୋଇଛି । ଏହାପୂର୍ବରୁ ଡିସେମ୍ବର 29 ତାରିଖରେ ଇଣ୍ଡୋନେସିଆର ସମୁଦ୍ର ଭିତରେ ପଡିବାରୁ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ବିମାନଯାତ୍ରୀ ପ୍ରାଣ ହରାଇଥିଲେ ।