ଓଡିଶା

odisha

ETV Bharat / bharat

ନେପାଳରେ ଭାରତ ବିରୋଧୀ ପ୍ରଦର୍ଶନ ପାଇଁ ପାଣ୍ଠି ଯୋଗାଉଛି ଚୀନ - ନେପାଳରେ ଭାରତ ବିରୋଧୀ ପ୍ରଦର୍ଶନ

ନେପାଳ ସ୍ଥିତ ଚୀନ ଦୂତାବାସ ଭାରତ-ନେପାଳ ସୀମା କ୍ଷେତ୍ରରେ ଭାରତ ବିରୋଧୀ ପ୍ରଦର୍ଶନର ଆୟୋଜନ ପାଇଁ 2.5 କୋଟି (ନେପାଳ ମୂଦ୍ରା) ଆର୍ଥିକ ସହାୟତା ପ୍ରଦାନ କରିଛି ।

ନେପାଳରେ ଭାରତ ବିରୋଧୀ ପ୍ରଦର୍ଶନ ପାଇଁ ପାଣ୍ଠି ଯୋଗାଉଛି  ଚୀନ
ନେପାଳରେ ଭାରତ ବିରୋଧୀ ପ୍ରଦର୍ଶନ ପାଇଁ ପାଣ୍ଠି ଯୋଗାଉଛି ଚୀନ

By

Published : Sep 3, 2020, 5:47 PM IST

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି। ଭାରତ ଏବଂ ଚୀନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଚୀନ ଭାରତର ପଡୋଶୀ ଦେଶ ନେପାଳକୁ ଭାରତ ବିରୋଧରେ ବ୍ୟବହାର କରୁଛି । ଲଦାଖ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନ ସରକାର, ନେପାଳର କମ୍ୟୁନିଷ୍ଟ ସରକାର ସହିତ ଭାରତ-ନେପାଳ ସୀମାରେ ଭାରତ ବିରୋଧୀ ପ୍ରଦର୍ଶନ ପାଇଁ ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଭାରତର ଗୁଇନ୍ଦା ଏଜେନ୍ସି ଏନେଇ ସତର୍କ ସୂଚନା ଜାରି କରିଛନ୍ତି।

ଭାରତ-ନେପାଳ ସୀମା 1,700 କିଲୋମିଟରରୁ ଅଧିକ ବ୍ୟାପିଛି । ତେବେ ନେପାଳ ସ୍ଥିତ ଚୀନ ଦୂତାବାସ ଭାରତ-ନେପାଳ ସୀମା କ୍ଷେତ୍ରରେ ଭାରତ ବିରୋଧୀ ପ୍ରଦର୍ଶନର ଆୟୋଜନ ପାଇଁ 2.5 କୋଟି (ନେପାଳ ମୂଦ୍ରା) ଆର୍ଥିକ ସହାୟତା ପ୍ରଦାନ କରିଛି । ତେବେ ନିକଟରେ ଚୀନ ଦୂଦାବାସ ନେପାଳର ଆଭ୍ୟନ୍ତରୀଣ ଏବଂ ରାଜନୈତିକ ମାମଲାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲା ।

ଚୀନ ହିମାଳୟ ରାଷ୍ଟ୍ର ଉପରେ ନିଜର ପ୍ରଭାବ ବଢାଇବା ପରେ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କ ଦୀର୍ଘ ସମୟ ଧରି ତିକ୍ତ ହୋଇପଡ଼ିଛି । ତେବେ ଭାରତ ନେପାଳ ସହ ଭଲ ସମ୍ପର୍କ ରଖିବାକୁ ସର୍ବଦା ପ୍ରୟାସ ଜାରି ରଖିଛି ।

ଭାରତ ଦ୍ବାରା ଲିପୁଲେଖରେ 17000 ଫୁଟ ଉଚ୍ଚରେ ଏକ ରାସ୍ତା ନିର୍ମାଣକୁ ନେଇ ନେପାଳ ଆପତ୍ତି ଉଠାଇଥିଲା। କେବଳ ଏତିକି ନୁହେଁ, ନେପାଳ ଏହି ଅଞ୍ଚଳ ଉପରେ ନିଜର ଅଧିକାର ଦର୍ଶାଇଥିଲା। ଲିପୁଲେଖ ହେଉଛି ଭାରତ, ନେପାଳ ଏବଂ ଚୀନ ମଧ୍ୟରେ ଏକ ତ୍ରିକୋଣୀୟ ସ୍ଥଳ, ଯାହା ଉତ୍ତରପ୍ରଦେଶର କଳାପାଣି ଉପତ୍ୟକାରେ ଅବସ୍ଥିତ । ତେବେ କୈଳାଶ ମନସରୋବର ଯାତ୍ରାକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଯାତ୍ରା ସମୟ ହ୍ରାସ କରିବା ଉଦ୍ଦେଶ୍ୟରେ ଭାରତ ଏହି ରାସ୍ତା ନିର୍ମାଣ କରିଥିଲା । ହେଲେ ନେପାଳ ଚୀନ କଥାରେ ପଡି ଏହାକୁ ଦୃଢ ବିରୋଧ କରିଥିଲା ।

ଭାରତ ଏଠାରେ ସଡ଼କ ନିର୍ମାଣ ଆରମ୍ଭ କରିବା ପରେ ନେପାଳ ସହିତ ଭାରତର କୂଟନୈତିକ ସମ୍ପର୍କରେ ମତଭେଦ ଦେଖାଦେଇଛି। ନେପାଳ ଲିପୁଲେଖକୁ ନିଜର ଅଞ୍ଚଳ ବୋଲି ଦର୍ଶାଇ ଏକ ନୂତନ ରାଜନୈତିକ ମାନଚିତ୍ର ମଧ୍ୟ ଜାରି କରିଛି । ସେପଟେ ଏହି ମାନଚିତ୍ର ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଉପରେ ଆଧାରିତ ନୁହେଁ ବୋଲି କହି ଭାରତ ନେପାଳର ନୂତନ ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛି। ନେପାଳର ନୂତନ ରାଜନୈତିକ ମାନଚିତ୍ରରେ, ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନିଜର ବୋଲି ଦର୍ଶାଯାଇଛି । ଯାହା ସର୍ବଦା ଭାରତୀୟ ଅଞ୍ଚଳ ରହିଆସିଛି ।

ସେପଟେ ନେପାଳ ଭାରତ-ନେପାଳ ସୀମାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଏଥିସହ ନେପାଳ 1,751 କିଲୋମିଟର ସୀମାରେ ସୀମା ଆଉଟପୋଷ୍ଟ ସଂଖ୍ୟାକୁ 120 ରୁ 500 କୁ ବୃଦ୍ଧି କରିବାକୁ ଯୋଜନା କରିଛି। ଅନ୍ୟପକ୍ଷରେ ଭାରତ-ନେପାଳର ତିକ୍ତ ସମ୍ପର୍କକୁ ଏକ ସୁଯୋଗ ଭାବରେ ଗ୍ରହଣ କରି ଚୀନ ଲିପୁଲେଖ ନିକଟରେ ସୈନ୍ୟବାହିନୀକୁ ବୃଦ୍ଧି କରିଛି। ଚୀନ ଭାରତୀୟ ସୀମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ପାଲାରେ ସାମରିକ ବାହିନୀକୁ ମଜବୁତ କରିଛି। ଏହାବ୍ୟତୀତ ତ୍ରିକୋଣୀୟ ସ୍ଥାନରେ 150 ଲାଇଟ୍ କମ୍ବାଇଣ୍ଡ ଆର୍ମସ୍ ବ୍ରିଗେଡ୍ ନିୟୋଜିତ କରିଛି ।

ତେବେ ଚୀନ ଜୁଲାଇ ମାସରେ ପାଲା ନିକଟରେ ପ୍ରାୟ 1000 ସୈନିକ ନିୟୋଜିତ କରିଥିଲା ଏବଂ ସେଠାରେ ଏକ ସ୍ଥାୟୀ ଆଉଟପୋଷ୍ଟ ନିର୍ମାଣ କରିଥିଲା । ଅଗଷ୍ଟରେ ଏହି ସଂଖ୍ୟା ବୃଦ୍ଧି କରି ସେ 2,000 ଅତିରିକ୍ତ ସୈନ୍ୟ ମୁତୟନ କରିଥିଲା । ସେପଟେ ଲିପୁଲେଖ ଟ୍ରାଇ ଜଙ୍କସନରେ ନିୟୋଜନ ବୃଦ୍ଧି କରିବାକୁ ଭାରତ ମଧ୍ୟ ନିଜର ସଶସ୍ତ୍ର ବାହିନୀକୁ ନିର୍ଦ୍ଦେଶ ଦେଇଛି । ଭାରତ-ନେପାଳ ଏବଂ ଭାରତ-ଭୁଟାନ ସୀମାରେ ନିୟୋଜିତ ଥିବା ସଶସ୍ତ୍ର ସୀମା ବାହିନୀ (ଏସସିବି) ନେପାଳ ସୀମାରେ 30 ଟି କମ୍ପାନୀର ନିୟୋଜନ ବୃଦ୍ଧି କରିଛି ।

ABOUT THE AUTHOR

...view details