ଓଡିଶା

odisha

ETV Bharat / bharat

ନେପାଳର 10 ଅଞ୍ଚଳରେ କବ୍ଜା କରିଛି ଚୀନ !

ଭାରତ ପରେ ଏବେ ନେପାଳର ଜମି ଅଧିଗ୍ରହଣ କରିବାକୁ ଯୋଜନା କରୁଛି ଚୀନ । ତିବ୍ଦତରେ ରାସ୍ତା ନିର୍ମାଣ କରିବା ନାମରେ ଚୀନ ନେପାଳ ଭୂମି ଅତିକ୍ରମ କରୁଥିବା ଜଣାପଡିଛି ।

By

Published : Jun 24, 2020, 3:40 PM IST

ଚୀନ
ଚୀନ

କାଠମାଣ୍ଡୁ: ଭାରତ ପରେ ନିଜ ବନ୍ଧୁ କହୁଥିବା ନେପାଳକୁ ମଧ୍ୟ ଧୋକା ଦେବା ପାଇଁ ଲାଗିପଡିଛି ଚୀନ । ଭାରତ ପରେ ଏବେ ନେପାଳର ଜମି ଅଧିଗ୍ରହଣ କରିବାକୁ ଯୋଜନା କରୁଛି ଚୀନ । ତିବ୍ଦତରେ ରାସ୍ତା ନିର୍ମାଣ କରିବା ନାମରେ ଚୀନ ନେପାଳ ଭୂମି ଅତିକ୍ରମ କରୁଥିବା ଜଣାପଡିଛି । ତେବେ ଭବିଷ୍ୟତରେ ସେ ଏହି କ୍ଷେତ୍ରରେ ଚେକପୋଷ୍ଟ ନିର୍ମାଣ ପାଇଁ ମଧ୍ୟ ଯୋଜନା କରୁଛି । ନେପାଳ ସରକାରଙ୍କ ବିଶେଷ ସୂତ୍ରରୁ ଏନେଇ ପ୍ରକାଶ ପାଇଛି ।

ନେପାଳ କୃଷି ମନ୍ତ୍ରାଳୟର ସର୍ଭେ ବିଭାଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, 33 ହେକ୍ଟର ପର୍ଯ୍ୟନ୍ତ ଲମ୍ବିଥିବା ନେପାଳର 10ଟି ଅଞ୍ଚଳରେ ଚୀନ ନିଜ ନଦୀର ଗତିପଥ ବଦଳାଇଛି । ଏଭଳି କରି ସେ ନେପାଳର ଏହି 10ଟି ଅଞ୍ଚଳକୁ ନିଜ ଅଧିଗ୍ରହଣକୁ ନେଇଛି । ହୁମଲା ଜିଲ୍ଲାରେ ଚୀନ ରାସ୍ତା ନିର୍ମାଣ ଆଳରେ ବାଗଡାରେ ଖୋଲା ଏବଂ କରନାଲୀ ନଦୀର ଗତିପଥ ବଦଳାଇ 10 ହେକ୍ଟର ଜମିକୁ କବ୍ଜା କରିଛି । ସେହିପରି ତିବ୍ଦତରେ ନିର୍ମାଣ ଗତିବିଧିକୁ ଦୃଷ୍ଟିରେ ରଖି ସିନଜେନ, ଭୁରଜୁକ ଏବଂ ଜମ୍ବୁଆ ଖୋଲା ନଦୀର ଗତିପଥ ବଦଳାଇ 6 ହେକ୍ଟର ଜମି ଉପରେ କବ୍ଜା କରିଛି ।

ସେହିପରି ସିନ୍ଧୁପାଲଚୋକ୍ ଜିଲ୍ଲାର ଖାରାନ ଖୋଲା ଏବଂ ଭୋଟେ କୋସି ନଦୀର ଗତିପଥ ବଦଳାଇ ଚୀନ ତିବ୍ଦତର 11 ହେକ୍ଟର ଭୂମି ଉପରେ ପୂର୍ବରୁ ହିଁ କବ୍ଜା କରିଛି । ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଚୀନ ରାସ୍ତା ନିର୍ମାଣ ପାଇଁ ସାଧୁୱାସାବା ଜିଲ୍ଲାର ସୁମଜଙ୍ଗ, କାମ ଖୋଲା ଏବଂ ଅରୁଣ ନଦୀର ପ୍ରବାହକୁ ମଧ୍ୟ ବଦଳାଇ ନେପାଳର 9 ହେକ୍ଟର ଜମି ଅଧିଗ୍ରହଣ କରିଛି । ଠିକ ସମୟରେ ଉଚିତ ପଦକ୍ଷେପ ନିଆ ନ ଗଲେ ନେପାଳ ଅଧିକ ଜମି ହରାଇବ ବୋଲି ଏଥିରେ ଚେତାବନୀ ଦିଆଯାଇଛି ।

ତେବେ ନେପାଳ ଏବଂ ଚୀନ ମିଳିତ ଭାବରେ ଭାରତୀୟ ସୀମାକୁ କବ୍ଜା କରିବାକୁ ପ୍ରୟାସ କରୁଛନ୍ତି । ନେପାଳ ନିକଟରେ ନିଜର ନୂତନ ମାନଚିତ୍ରକୁ ସଂସଦରେ ପାରିତ କରିଛି । ଯେଉଁଥିରେ ଭାରତର ଲିପୁଲେଖ, କଳାପାଣି ଏବଂ ଲିମ୍ଫିୟାଧୁରା ରହିଛି । ସେପଟେ ଚୀନ ପୂର୍ବ ଲଦାଖର ଗଲୱାନ ଘାଟିକୁ କବ୍ଜା କରିବାର ପ୍ରୟାସ କରୁଛି । ଇତି ମଧ୍ୟରେ ଜୁନ 15 ତାରିଖରେ ଚୀନ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ ।

ଏହା ବ୍ୟତୀତ ଚୀନ ଏବଂ ନେପାଳ ମଧ୍ୟରେ ଏବେ ବନ୍ଧୁତ୍ବ ବଢିବାରେ ଲାଗିଛି । ଚୀନର ଶାସକ ଦଳରୁ ଶାସନ ଶିଖିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟ ଏବଂ ଅନୁଶାସନ ଉପରେ ଉଭୟ ଦେଶ ମଧ୍ୟରେ ଏକ ଭର୍ଚୁଆଲ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ABOUT THE AUTHOR

...view details