ଓଡିଶା

odisha

ETV Bharat / bharat

ଭାରତ-ଚୀନ ବିବାଦ: ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା

ଭାରତ ଏବଂ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଅବରୋଧ ଜାରି ରହିଛି । ସଂସଦର ଚାଲିଥିବା ମୌସୁମୀ ଅଧିବେଶନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦେଶ ବାର୍ତ୍ତାଳାପ ମାଧ୍ୟମରେ ଏହି ଅବରୋଧ ହଟାଇବାକୁ ଚାହୁଁଛନ୍ତି।

By

Published : Sep 19, 2020, 1:57 PM IST

ଭାରତ-ଚୀନ
ଭାରତ-ଚୀନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଅବରୋଧ ଜାରି ରହିଛି । ସଂସଦର ଚାଲିଥିବା ମୌସୁମୀ ଅଧିବେଶନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଉଭୟ ଦେଶ ବାର୍ତ୍ତାଳାପ ମାଧ୍ୟମରେ ଏହି ଅବରୋଧ ହଟାଇବାକୁ ଚାହୁଁଛନ୍ତି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହେବ । ଏହି ବାର୍ତ୍ତାଳାପ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ହୋଇପାରେ ।

ପ୍ରକାଶଥାଉକି, ଭାରତ ପକ୍ଷରୁ ବାର୍ତ୍ତାଳାପ ପାଇଁ ଆଲୋଚନା ହୋଇସାରିଛି । ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ (ସିଡିଏସ୍) ବିପିନ ରାୱତଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ କମାଣ୍ଡର ସ୍ତରୀୟ ଆଲୋଚନା ପାଇଁ ଭାରତ ଏଜେଣ୍ଡା ସ୍ଥିର କରିଛି।

ତେବେ ପୂର୍ବ ଲଦାଖ ସେକ୍ଟରରେ ସେନାକୁ ପଛକୁ ନେବା ପାଇଁ ଭାରତ ଚାପ ସୃଷ୍ଟି କରିବ। ପ୍ରକାଶଥାଉକି, ସେପ୍ଟେମ୍ବର 4 ରେ ରାଜନାଥ ସିଂ ଏବଂ ଚୀନ ପ୍ରତିରକ୍ଷା ମନ୍ତ୍ରୀ ମସ୍କୋରେ ସାକ୍ଷାତ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଚୀନକୁ ଖୋଲାଖୋଲି ଭାବେ କହିଛନ୍ତି ଯେ ସେନାକୁ ପ୍ରତ୍ୟାହାର କରିବାକୁ ପଡିବ। ସେପ୍ଟେମ୍ବର 10 ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ ଭେଟିଥିଲେ।

ABOUT THE AUTHOR

...view details