ଓଡିଶା

odisha

ETV Bharat / bharat

ହିମାଚଳ ସୀମାରେ ସଡକ ନିର୍ମାଣ କରୁଛି ଚୀନ

ଚୀନ ବର୍ତ୍ତମାନ ହିମାଚଳ ପ୍ରଦେଶ କିନ୍ନୋର ଜିଲ୍ଲା ସୀମା ନିକଟସ୍ଥ ତିବ୍ବତରେ ଚୀନ ସଡକ ନିର୍ମାଣ କରିଛି । ଚୀନ ଏଠାରେ 20 କିମି ଯାଏଁ ସଡକ ନିର୍ମାଣ କରିଛି ।

 ଚୀନ
ଚୀନ

By

Published : Jul 24, 2020, 4:03 PM IST

ଶିମଲା : ଚୀନ ନିଜ କାର୍ଯ୍ୟକଳାପରୁ ପଛକୁ ହଟୁନି ଡ୍ରାଗନ ଚୀନ । ପୂର୍ବ ଲଦାଖରେ ସୀମା ପ୍ରସଙ୍ଗକୁ ନେଇ ଜାରି ବିବାଦ ମଧ୍ୟରେ ହିମାଚଳ ପ୍ରଦେଶ ସୀମାରେ ଚୀନର ଗତିବିଧି ଦେଖିବାକୁ ମିଳିଛି । ଚୀନ ବର୍ତ୍ତମାନ ହିମାଚଳ ପ୍ରଦେଶ କିନ୍ନୋର ଜିଲ୍ଲା ସୀମା ନିକଟସ୍ଥ ତିବ୍ବତରେ ଚୀନ ସଡକ ନିର୍ମାଣ କରିଛି । ଚୀନ ଏଠାରେ 20 କିମି ଯାଏଁ ସଡକ ନିର୍ମାଣ କରିଛି । ଏନେଇ କିନ୍ନର ଜିଲ୍ଲାର ଗ୍ରାମବାସୀ ଦାବି କରିଛନ୍ତି ।

ନିକଟରେ ଚରଙ୍ଗ ଗାଁରେ ୯ ସଂସଦୀୟ ଦଳ ୧୬ ଘୋଡା ଓ ୫ ପୋର୍ଟର ଏବଂ ଅର୍ଦ୍ଧ ସୈନିକବଳର କିଛି ଯବାନଙ୍କ ସହିତ ଗାଁର ପାଖାପାଖି ୨୨ କିମି ଉପର ସୀମା ଆଡକୁ ଯାଇଥିଲେ । ଦଳ ଯେତେବେଳେ ତିବ୍ବତ କ୍ଷେତ୍ର ଆଡକୁ ନଜର ପକାଇଲେ ଦୁଇ ମାସରେ ଚୀନ ଭାରତ-ତିବ୍ବତ ସୀମା ଆଡକୁ 20 କିମି ସଡକ କରିଥିବା ସେମାନେ ଦେଖିବାକୁ ପାଇଲେ । ତେବେ ଗତ ବର୍ଷ ଅକ୍ଟୋବର ମାସରେ ତିବ୍ବତରେ ଭାରତ ତରଫରୁ ଶେଷ ଗାଁ ତଙ୍ଗୋ ଯାଏଁ ସଡକ ଥିଲା । କିନ୍ତୁ ଏଥର ବରଫ ସଫା ହେଉ ହେଉ ତିବ୍ବତ ତଙ୍ଗୋ ଗାଁରୁ ଭାରତ ସୀମା ଆଡକୁ 20 କିମି ଯାଏଁ ସଡକ ନିର୍ମାଣ କରାଯାଇଛି । ସାଙ୍ଗଲା ଘାଟି ଛିତାକୁଲ ପଛପଟେ ତିବ୍ବତ ୟମରଙ୍ଗ ଲା ଆଡକୁ ମଧ୍ୟ ସଡକ ନିର୍ମାଣ କରାଯାଉଛି ବୋଲି ଏହି ଦଳ କହିଛି ।

ଅନ୍ୟପକ୍ଷରେ ଚିତକୁଲ ପଛରେ କିନ୍ନରର ସାଙ୍ଗଲା ଉପତ୍ୟକାରେ ଚୀନ ଦ୍ବାରା ୟାମରଙ୍ଗ ଲା ଆଡକୁ ରାସ୍ତା ନିର୍ମାଣ ମଧ୍ୟ ଚାଲିଛି । ଭାରତୀୟ ପାର୍ଶ୍ୱରେ ଥିବା ସ୍ଥାନୀୟ ଲୋକଙ୍କ ଅନୁଯାୟୀ ରାତିରେ ଏକାଧିକ ଥର ଡ୍ରୋନ୍ ଏହି ଅଞ୍ଚଳରେ ଦେଖିବାକୁ ମିଳିଛି । ଏହାପୂର୍ବରୁ ଜୁନ୍ 8 ରେ ବୌଦ୍ଧ ଭିକ୍ଷୁମାନେ ପ୍ରାୟ 20 ଟି ଡ୍ରୋନ୍ ଚାରାଙ୍ଗ ନିକଟସ୍ଥ ରଙ୍ଗ୍ରିକ୍ ତୁମ୍ମା ଉପରେ ବୁଲୁଥିବାର ଦେଖିଥିଲେ । ଏହି ଅଞ୍ଚଳରେ ଡ୍ରୋନର ଦୃଶ୍ୟ ସାଧାରଣ ହୋଇଗଲାଣି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ଗ୍ରାମବାସୀଙ୍କ କହିବାନୁସାରେ, କେବଳ ୨ କିମି ଅଞ୍ଚଳରେ ଚୀନ ପକ୍ଷରୁ ସୀମା ପର୍ଯ୍ୟନ୍ତ ସଡକ ବାହାର କରିବା ବାକି ଅଛି । ବର୍ତ୍ତମାନ ସଡକ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବର୍ତ୍ତମାନ ପ୍ରାୟ ପାଞ୍ଚଟି ୫ ପୋକ ଲେନ ଏବଂ କିଛି ବଡ ବଡ ବମ୍ପର ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ସଡକ ନିର୍ମାଣ କାର୍ଯ୍ୟ ରାତିରେ ହେଉଥିବା ୬ ଦିନ ଯାଏଁ ତଦାରଖ କରିବା ପରେ ସେମାନେ ଜାଣିବାକୁ ପାଇଛନ୍ତି ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ବିସ୍ଫୋରଣର ଉଚ୍ଚ ସ୍ୱର ଶୁଣିଛନ୍ତି । ଅର୍ଥାତ୍ ସଡକ ନିର୍ମାଣ କାର୍ଯ୍ୟରେ ସେମାନେ ବିସ୍ଫୋରକ ବ୍ୟବହାର କରୁଛନ୍ତି । ଏହି ସମୟରେ ଭାରତୀୟ ପାର୍ଶ୍ୱରେ ଥିବା ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ରାସ୍ତାଗୁଡ଼ିକ ଖରାପ ଅବସ୍ଥାରେ ଅଛି । ଚାରଙ୍ଗ ଗାଁ ପର୍ଯ୍ୟନ୍ତ ରାସ୍ତା ମରାମତି ଆବଶ୍ୟକ ଥିବାବେଳେ ସୀମା ଆଡକୁ 22 କିଲୋମିଟର ଯାତ୍ରା ଅତ୍ୟନ୍ତ ବିପଜ୍ଜନକ ଅଟେ ।

ତେବେ ମେଷପାଳକମାନଙ୍କୁ ମଧ୍ୟ ଆଉ ସୀମା ନିକଟକୁ ଯିବାକୁ ଦିଆଯାଉ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ABOUT THE AUTHOR

...view details