ଓଡିଶା

odisha

ETV Bharat / bharat

ମାଙ୍କଡ଼ଙ୍କ କ୍ଷେତ୍ରରେ MERS-CoV ପ୍ରତିଷେଧକ ଟୀକାର ଉପଯୋଗିତା ପ୍ରମାଣିତ: ଅନୁଧ୍ୟାନ ରିପୋର୍ଟ - ମାଙ୍କଡଙ୍କ କ୍ଷେତ୍ରରେ ଅନୁଧ୍ୟାନ ରିପୋର୍ଡ

ଏକ ନୂତନ ଗବେଷଣାରୁ ଜଣାଯାଇଛି ଯେ, ଅନୁସନ୍ଧାନମୂଳକ ଭାବେ ଶିମ୍ପ-ଆଡେନୋଭାଇରସ ମର୍ସ-କୋଭ (MERS-CoV) ପ୍ରତିଷେଧକ ଟୀକା ମାଙ୍କଡ଼ମାନଙ୍କ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି ।

Chimp adenovirus MERS-CoV vaccine, vaccine for monkey, MERS-CoV, ମାଙ୍କଡଙ୍କ କ୍ଷେତ୍ରରେ ପ୍ରତିଷେଧକ ଟୀକା, ମାଙ୍କଡଙ୍କ କ୍ଷେତ୍ରରେ ଅନୁଧ୍ୟାନ ରିପୋର୍ଡ, ଏମଇଆରଏସ-କୋଭ
ମାଙ୍କଡ଼ଙ୍କ କ୍ଷେତ୍ରରେ MERS-CoV ପ୍ରତିଷେଧକ ଟୀକାର ଉପଯୋଗିତା ପ୍ରମାଣିତ: ଅନୁଧ୍ୟାନ ରିପୋର୍ଟ

By

Published : Apr 20, 2020, 8:14 PM IST

ଏକ ନୂତନ ଗବେଷଣାରୁ ଜଣାଯାଇଛି ଯେ, ଅନୁସନ୍ଧାନମୂଳକ ଭାବେ ଶିମ୍ପ-ଆଡେନୋଭାଇରସ ମର୍ସ-କୋଭ (MERS-CoV) ପ୍ରତିଷେଧକ ଟୀକା ମାଙ୍କଡ଼ମାନଙ୍କ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏହି ଟିକା ମର୍ସ-କୋଭ ଭୂତାଣୁ ଦ୍ବାରା ହେଉଥିବା ରୋଗରୁ ମାଙ୍କଡ଼ମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁଛି । କୋଭିଡ-19 ରୋଗ ସୃଷ୍ଟିକାରୀ SARS-CoV-2 ଭୂତାଣୁ ସହିତ ମର୍ସ-କୋଭ ଭୂତାଣୁର ସମ୍ବନ୍ଧ ରହିଛି ।

ୱାଶିଂଟନ(ଯୁକ୍ତରାଷ୍ଟ୍ର ଆମେରିକା): ChAdOx1MERS ବା ଶିମ୍ପ-ଆଡେନୋଭାଇରସ ମର୍ସ ନାମକ ଏକ ଅନୁସନ୍ଧାନମୂଳକ ପ୍ରତିଷେଧକ ଟୀକା ପ୍ରୟୋଗ କରି ରେସସ ମାକାଉ ପ୍ରଜାତିର ମାଙ୍କଡ଼ଙ୍କୁ ମିଡଲ ଇଷ୍ଟ ରେସ୍ପିରେଟୋରୀ ସିଣ୍ଡ୍ରୋମ କୋରୋନା ଭାଇରସ (MERS-CoV) ନାମକ ଭୂତାଣୁରୁ ହେଉଥିବା ରୋଗରୁ ସୁରକ୍ଷା ପ୍ରଦାନ କରାଯାଇ ପାରୁଛି ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ (NIH) ପକ୍ଷରୁ କୁହାଯାଇଛି । ଉଲ୍ଲେଖନୀୟ ଯେ, କୋଭିଡ-19 ରୋଗ ସୃଷ୍ଟିକାରୀ ଭୂତାଣୁ, ସିଭିଅର ଆକ୍ୟୁଟ ରେସ୍ପିରେଟୋରୀ ସିଣ୍ଡ୍ରୋମ କୋରୋନା ଭାଇରସ 2(SARS-CoV-2)ସହିତ MERS-CoV ଭୂତାଣୁର ସମ୍ବନ୍ଧ ରହିଛି ।

NIH ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, SARS-CoV-2ର ଅନ୍ୟତମ ପ୍ରତିଷେଧକ ଟୀକା ରୂପେ ଗୃହୀତ ChAdOx1SARS2କୁ ନେଇ ବର୍ତ୍ତମାନ ବୈଜ୍ଞାନିକମାନେ ଅନୁରୂପ ଅନୁଧ୍ୟାନ କରୁଛନ୍ତି ।

ଏହି ଅନୁଧ୍ୟାନ ପାଇଁ ମାକାଉ ମାଙ୍କଡ଼ମାନଙ୍କୁ ତିନୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା । ଗୋଟିଏ ଗୋଷ୍ଠୀକୁ ସଂକ୍ରମଣର 28 ଦିନ ପୂର୍ବରୁ ପ୍ରତିଷେଧକ ଟିକା ଦିଆଯାଇଥିଲା, ଆଉ ଗୋଟିଏ ଗୋଷ୍ଠୀକୁ ଦୁଇଟି ଟିକା ଦିଆଯାଇଥିଲା ଏବଂ ତୃତୀୟଟିକୁ ନିୟନ୍ତ୍ରକ ଗୋଷ୍ଠୀ ରୂପେ ରଖାଯାଇଥିଲା । ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ଚିକିତ୍ସାଧୀନ ଉଭୟ ଗୋଷ୍ଠୀର ମାଙ୍କଡମାନଙ୍କର ଫୁସଫୁସ ଆକ୍ରାନ୍ତ ହୋଇ ନଥିଲା ଏବଂ ସେମାନେ ରୋଗମୁକ୍ତ ରହିଥିଲେ । କିନ୍ତୁ ନିୟନ୍ତ୍ରଣ ଗୋଷ୍ଠୀରେ ଥିବା ମାଙ୍କଡ଼ମାନଙ୍କ କ୍ଷେତ୍ରରେ ଏହା ହୋଇ ନଥିଲା ।

ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଅନୁଧ୍ୟାନରୁ ମିଳିଥିବା ଏହି ତଥ୍ୟକୁ କୌଣସି ସହଯୋଗୀ ସଂସ୍ଥା ବା ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା କରାଯାଇନାହିଁ । ତଥାପି କୋଭିଡ-19 ବିରୋଧରେ ଜନସ୍ବାସ୍ଥ୍ୟମୂଳକ ପଦକ୍ଷେପରେ ସହାୟତା ଲାଗି ଏହାକୁ ଅନ୍ୟାନ୍ୟ ସଂସ୍ଥାକୁ ଜଣାଇ ଦିଆଯାଇଛି ।

ଏନଆଇଏଚର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଆଣ୍ଡ ଇନଫେକ୍ସସ ଡିଜିଜେସ (NIAID)ର ବୈଜ୍ଞାନିକମାନେ ମୋଣ୍ଟାନାର ହାମିଲଟନରେ ଅବସ୍ଥିତ ରକି ମାଉଣ୍ଟେନ ଲାବୋରେଟୋରୀଜରେ ଏହି ପ୍ରକଳ୍ପର ନେତୃତ୍ବ ନେଇଥିଲେ । ଏନଆଇଏଚ ଦେଇଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପର ସହଯୋଗୀମାନେ ମିଳିତ ଗଣରାଜ୍ୟ(ୟୁକେ)ର ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଜେନ୍ନର ଇନଷ୍ଟିଚ୍ୟୁଟ ଏହି ChAdOx1 ପ୍ରତିଷେଧକ ଟୀକାର ଜ୍ଞାନ କୌଶଳ ପ୍ରସ୍ତୁତ କରିଛନ୍ତି ।

ଏନଆଇଏଚ କହିବା ଅନୁସାରେ, ମିଳିତ ଗଣରାଜ୍ୟ ଏବଂ ସାଉଦି ଆରବରେ ଏହି MERS ପ୍ରତିଷେଧକ ଟୀକାର ମାନବ ଶରୀରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ତା ସହିତ ମ୍ୟାଲେରିଆ, ଏଚଆଇଭି, ଇନଫ୍ଲୁଏଞ୍ଜା, ହେପାଟାଇଟିସ-ସି, ଟ୍ୟୁବରକ୍ୟୁଲୋସିସ ଏବଂ ଇବୋଲା ଚିକିତ୍ସା ପାଇଁ ମଧ୍ୟ ସେହି ଶିମ୍ପାଜି ଆଡେନୋଭାଇରସ ପ୍ରତିଷେଧକ ଟୀକାର କାର୍ଯ୍ୟ କ୍ଷମତା ଆକଳନ କରାଯାଉଛି ।

ABOUT THE AUTHOR

...view details