ଲକ୍ଷ୍ନୌ: ୟୁପିର କାନପୁର ଜିଲ୍ଲାର ଘାଟମପୁର ଥାନା ଅନ୍ତର୍ଗତ ଭଦରସ ଗାଁରେ 7 ବର୍ଷୀୟ ଶିଶୁକନ୍ୟାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଶିଶୁଟି ଦୀପାବଳି ସନ୍ଧ୍ୟାରୁ ନିଖୋଜ ଥିଲା । ତେବେ ରବିବାର ଦିନ ଶିଶୁକନ୍ୟାର ମୃତଦେହ କାଳୀ ମା'ଙ୍କ ମନ୍ଦିର ନିକଟରୁ ମିଳିଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗୁଣି ଗାରେଡି ପାଇଁ ଅପହରଣ କରି ଶିଶୁକୁ ହତ୍ୟା କରାଯାଇଛି ।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଉପମୁଖ୍ୟମନ୍ତ୍ରୀ କୈଶବ ମୋର୍ଯ୍ୟ ଏହି ଘଟଣାକୁ ନେଇ ଟ୍ବିଟ କରିଛନ୍ତି । ସେ କହିଛନ୍ତି, ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁ ।