ଓଡିଶା

odisha

ETV Bharat / bharat

ଜେକେ ଲେନ ହସ୍ପିଟାଲରେ ମୃତ୍ୟୁର ରାଜ୍‌: ବର୍ଷକରେ ଗଡିଲାଣି 955 ଶିଶୁଙ୍କ ନିରୀହ ମୁଣ୍ଡ

ରାଜସ୍ଥାନ କୋଟାର ଜେକେ ଲେନ ହସ୍ପିଟାଲରେ ଶିଶୁ ମୃତ୍ୟୁ । 24 ଡିସେମ୍ବର ମଧ୍ୟରେ ଏହି ହସ୍ପିଟାଲରେ 71 ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ 25ରୁ 30 ଡିସେମ୍ବର ମଧ୍ୟରେ 14ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।

jk lon hospital
ଶିଶୁଙ୍କ ଜୀବନ ନେଉଛି ଜେକେ ଲୋନ ହସ୍ପିଟାଲ!

By

Published : Dec 31, 2019, 5:21 PM IST

ଜୟପୁର: ରାଜସ୍ଥାନ କୋଟାର ଜେକେ ଲେନ ହସ୍ପିଟାଲରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଶିଶୁଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉ ନାହିଁ । 24 ଡିସେମ୍ବର ମଧ୍ୟରେ ଏହି ହସ୍ପିଟାଲରେ 71 ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି । ସେହିପରି 25ରୁ 30 ଡିସେମ୍ବର ମଧ୍ୟରେ 14 ଶିଶୁଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ 28 ଡିସେମ୍ବର ଗୋଟିଏ ଦିନରେ ହିଁ 6 ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଶିଶୁଙ୍କ ଜୀବନ ନେଉଛି ଜେକେ ଲୋନ ହସ୍ପିଟାଲ!

କୋଟାର ଜେକେ ଲୋନ ହସ୍ପିଟାଲରେ 48 ଘଣ୍ଟାରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହା ଉପରେ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନ୍ୟପକ୍ଷେ ସରକାର ନିଜକୁ ଏ ମାମଲାରୁ ବଞ୍ଚାଇବାରେ ଲାଗିପଡିଛନ୍ତି । ଏବେ ବି ହସ୍ପିଟାଲରେ ଶିଶୁଙ୍କ ମୃତ୍ୟୁ ଜାରି ରହିଛି । ଚଳିତ ବର୍ଷ ଜେକେ ଲୋନ ହସ୍ପିଟାଲରେ 955 ଶିଶୁଙ୍କ ଜୀବନ ଯାଇସାରିଛି । ଏତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ହସ୍ପିଟାଲର ଡାକ୍ତରମାନଙ୍କଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ ।

ABOUT THE AUTHOR

...view details