ଓଡିଶା

odisha

ETV Bharat / bharat

ପ୍ରଦୂଷଣକୁ ନାହିଁ ଡର, ପେଟପାଟଣା ପାଇଁ ରାସ୍ତାରେ କୁନି ବୁଲାବିକାଳୀ - Children continue to sell goods at traffic signals in Delhi

ଦିଲ୍ଲୀ ଟ୍ରାଫିକ ସିଗନାଲରେ କୁନି ବୁଲାବିକାଳୀ । ପ୍ରଦୂଷଣ ଯୋଗୁଁ ଆଖିକୁ କଷ୍ଟ ହେଲେ ବି ପେଟପାଟଣା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି କୁନି ବୁଲାବିକାଳୀ । ଆଗକୁ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 14, 2019, 10:30 PM IST

ନୂଆଦିଲ୍ଲୀ: ଭୀଷଣ ବାୟୁ ପ୍ରଦୂଷଣ ବଳୟରେ ରାଜଧାନୀ । ଚାରିଆଡେ ମାସ୍କ ପିନ୍ଧା ଚେହେରା । ହେଲେ ଏହି ବୁଲାବିକାଳୀ ଶିଶୁଙ୍କୁ ନାହିଁ ପ୍ରଦୂଷଣର ଭୟ । ଆଉ ଏମାନଙ୍କ ପ୍ରତି ନାହିଁ ସରକାରଙ୍କ ନିଘା ।

ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ, ମାସ୍କ ନପିନ୍ଧିଲେ ଘରୁ ବାହାରକୁ ଯାଇ ହେଉନାହିଁ । ହେଲେ ଏମାନଙ୍କ ପାଖରେ ନା ଅଛି ମାସ୍କ ନା ଅନ୍ୟ କିଛି ଉପାୟ । ଆଖିକୁ କଷ୍ଟ ହେଉଥିଲେ ବି ସେମାନେ ଓହରିନାହାନ୍ତି ତାଙ୍କର କର୍ତ୍ତବ୍ୟରୁ । ଜିନିଷ ବିକ୍ରି କରି ଟଙ୍କା ନେଲେ ଚଳିବ ଘର । ସକାଳ ହେଲେ ଟ୍ରାଫିକ ସିଗନାଲରେ ହାଜର ହୋଇଯାଉଛନ୍ତି ଏମାନେ ।

ଏମାନଙ୍କ ପାଇଁ କାର୍ଯ୍ୟକାରୀ ହେଉନାହିଁ କୌଣସି ସରକାରୀ ଯୋଜନା । ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କୁ 50 ଲକ୍ଷ ମାସ୍କ ପାଇଁ ଘୋଷଣା କରାଯାଇଥିଲା । ହେଲେ ସ୍କୁଲ ଯାଉ ନଥିବା ପିଲାଙ୍କ ଉପରେ ନାହିଁ ସରକାରଙ୍କ ନିଘା ।

ABOUT THE AUTHOR

...view details