ଓଡିଶା

odisha

ETV Bharat / bharat

ଜନ୍ମାଷ୍ଟମୀରେ ଯଶୋଦାଙ୍କ ପୂଜା କରନ୍ତି ନିସନ୍ତାନ ମହିଳା - INDORE

ଆଜି ପବିତ୍ର ଜନ୍ମାଷ୍ଟମୀ । ଏଥିପାଇଁ ଦେଶ ସାରା ଉତ୍ସବମୁଖର ହୋଇ ଉଠିଛି । ଇନ୍ଦୋରରେ ଥିବା ଯଶୋଦାଙ୍କ ମନ୍ଦିରରେ ନିସନ୍ତାନ ମହିଳାମାନେ ଭିଡ଼ ଲଗାଇଛନ୍ତି । ବିଶ୍ବାସ ରହିଛି ପୂଜା କଲେ ନିସନ୍ତାନମାନେ ସନ୍ତାନସନ୍ତତି ଲାଭ କରିଥାନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 23, 2019, 2:47 PM IST


ଇନ୍ଦୋର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏଥିପାଇଁ ଦେଶ ସାରା ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଲାଗି ରହିଛି । ତେବେ ଇନ୍ଦୋରରେ ଏକମାତ୍ର ଯଶୋଦାଙ୍କ ମନ୍ଦିର ରହିଛି । ଯେଉଁଠାରେ କେବଳ ନିସନ୍ତାନ ମହିଳାମାନେ ପୂଜା କରିଥାନ୍ତି । ବିଶ୍ବାସ ରହିଛି ଯେ ଯଶୋଦାଙ୍କୁ ପୂଜା କଲେ ନିସନ୍ତାନ ମହିଳାମାନେ ସନ୍ତାନ ସନ୍ତତି ଲାଭ କରିଥାନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ସମଗ୍ର ଦେଶରେ ଯଶୋଦାଙ୍କ ଏହି ଏକ ମାତ୍ର ମନ୍ଦିର ଏଠାରେ ରହିଛି । ମନ୍ଦିରଟି ଦୀର୍ଘ 225 ବର୍ଷ ପୁରୁଣା ଏହି ମନ୍ଦିର ଇନ୍ଦୋରର ଖଜୁରୀ ଅଞ୍ଚଳରେ ରହିଛି । ଜନ୍ମାଷ୍ଟମୀରେ ଏଠାରେ ମହିଳା ମାନଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ନିସନ୍ତାନ ମହିଳାମାନେ ଏହି ଦିନକୁ ବର୍ଷସାରା ଅପେକ୍ଷା କରି ରହିଥାନ୍ତି । ଜନ୍ମାଷ୍ଟମୀ ଦିନ ପୁରା ଦେଶରୁ ମହିଳାମାନେ ଏଠାକୁ ଆସି ପୂଜା କରିଥାନ୍ତି ।

ଅଧିକ ପଢନ୍ତୁ: ଏଣିକି ଟୁରିଷ୍ଟ ଭିସାର ଅବଧି 5 ବର୍ଷ

ପୌରାଣିକ ତଥ୍ୟ ଅନୁଯାୟୀ କୃଷ୍ଣଙ୍କ ଭଳି ପୁତ୍ରଲାଭ ପାଇଁ ଏହି ସ୍ଥାନରେ ମାତା ଯଶୋଦାଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଏହି ବିଶ୍ବାସରେ ଆଜି ମଧ୍ୟ ନିସନ୍ତାନ ମହିଳାମାନେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।

ABOUT THE AUTHOR

...view details