ହାଇଦ୍ରାବାଦ: କେବେକେବେ ଭୃଣ କିମ୍ବା ଗର୍ଭସ୍ଥ ଶିଶୁଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ । ତେବେ ଏହି ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ଏକ ରିସର୍ଚ୍ଚ କରାଯାଇଥିଲା । ଗର୍ଭଧାରଣା ସମୟରେ ପାରାସିଟାମାଲ ଖାଇବା ଦ୍ବାରା ଭୃଣର ବ୍ୟବହାରରେ ପରିବର୍ତ୍ତନ ଆସିଥାଏ ବୋଲି ମତ ରଖିଛନ୍ତି ଗବେଷକ । ଏଥିପାଇଁ 6ମାସର ଶିଶୁରୁ ଆରମ୍ଭ କରି 17 ବର୍ଷର କିଶୋର ପର୍ଯ୍ୟନ୍ତ ପ୍ରାୟ 14,000ଙ୍କୁ ନେଇ ରିସର୍ଚ୍ଚ କରାଗଲା ।
ଗର୍ଭାବସ୍ଥାରେ ଜର ହେଲେ ସାଧାରଣତଃ ପାରାସିଟାମଲ୍ ଗ୍ରହଣ କରିଥାନ୍ତି । ପ୍ରାୟ 43 ପ୍ରତିଶତ ମା, ଗର୍ଭାବସ୍ଥାର 7ମାସରେ ପାରାସିଟାମଲ ଗ୍ରହଣ କରିଥାନ୍ତି । ସେମାନଙ୍କ ସ୍ମରଣଶକ୍ତି ଓ ସ୍କୁଲରେ ଦେଇଥିବା ପରୀକ୍ଷାକୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କରାଗଲା ।