ଓଡିଶା

odisha

ETV Bharat / bharat

ଲକଡାଉନରେ ବୃଦ୍ଧି ପାଇଛି ଶିଶୁ ଚାଲାଣ, ଦଲାଲଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ: ସୁପ୍ରିମକୋର୍ଟ - ଲକଡାଉନରେ ବୃଦ୍ଧି ପାଉଛି ଶିଶୁ ଚାଲାଣ

କୋରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଗତ 24 ମାର୍ଚ୍ଚରୁ ଲକଡାଉନ ଆରମ୍ଭ ହୋଇଥିଲା । ହେଲେ ଏହି ଲକଡାଉନର ଫାଇଦା ଉଠାଇଛନ୍ତି ଶିଶୁ ଚାଲାଣକାରୀ । ଏହି ଲକଡାଉନରେ ଦେଶରେ ଶିଶୁ ଚାଲାଣ ବୃଦ୍ଧି ହେବାର ମାମଲା ସାମ୍ନାକୁ ଆସିଛି । ଶିଶୁ ଚାଲାଣକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

child trafficking increases in lockdown
child trafficking increases in lockdown

By

Published : Jun 8, 2020, 4:53 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଗତ 24 ମାର୍ଚ୍ଚରୁ ଦେଶରେ ଶିଶୁ ଚାଲାଣ ବୃଦ୍ଧି ହେବାର ଏକ ମାମଲା ସାମ୍ନାକୁ ଆସିଛି । ଏହି ଲକଡାଉନ ସମୟରେ ଶିଶୁ ଚାଲାଣକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଏହା ସମ୍ପର୍କରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ବୋବଡେ କହିଛନ୍ତି ଯେ ଶିଶୁ ଚାଲାଣ ବୃଦ୍ଧି ଘଟିବାର କାରଣ ହେଉଛି ଶିଶୁମାନଙ୍କୁ କିଣା-ବିକା ପାଇଁ ଏହାର ଏକ ବଜାର ରହିଛି । ପିଲାମାନଙ୍କୁ ଚାଲାଣ କରାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି । ଯେପରିକି ଝିଅମାନଙ୍କୁ ରୂପଜୀବୀ କର୍ମରେ ନିୟୋଜିତ କରାଯାଉଛି । ତେଣୁ ଏ ଦିଗରେ ତୁରନ୍ତ ଏକ ବଡ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଏଠାରେ ସୂଚନା ଥାଉକି, ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବା ଏନଜିଓ ବଚପନ ବଚାଓ ଆନ୍ଦୋଳନ ଅନ୍ତର୍ଗତ ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା କୈଳାଶ ସତ୍ୟାର୍ଥୀଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତ। ଏହି ଲକଡାଉନ୍ ସମୟରେ ଶିଶୁ ଚାଲାଣ ବୃଦ୍ଧି ପାଇଛି ବୋଲି ଆବେଦନରେ କୁହାଯାଇଛି ।

ଜଷ୍ଟିସ୍ ବୋବଡେ କହିଛନ୍ତି ଯେ ଶିଶୁ ଚାଲାଣକୁ ରୋକିବା ପାଇଁ ଦଲାଲମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ଦଲାଲମାନେ ସୁଲଭ ମୂଲ୍ୟରେ ପିଲାମାନଙ୍କୁ ଆଣି ବିକ୍ରି କରନ୍ତି । ଏଭଳି ପରିସ୍ଥିତିରେ ଦଲାଲମାନଙ୍କର ପଞ୍ଜୀକରଣ ହେବା ଜରୁରୀ ଅଟେ । ଏହି ଉପାୟରେ ସରକାର ସେମାନଙ୍କ ଉପରେ ନଜର ରଖିପାରିବ । ଜଷ୍ଟିସ୍ ବୋବଡେ ବିଶେଷ ଭାବରେ ସଲିସିଟର ଜେନେରାଲ୍ ତୁଶର ମେହେତାଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ କହିଥିଲେ ।

ପିଲାମାନଙ୍କୁ ନେଇ କାହିଁକି ବେପାର କରାଯାଉଛି ଏବଂ ଏହାର ଜବାବ ଦାଖଲ କରିବାକୁ କୋର୍ଟ ଏବଂ ଆବେଦନକାରୀଙ୍କୁ କିଛି ତଦନ୍ତ କରିବାକୁ ଏବଂ ଏହି ସମସ୍ୟାର ସମାଧାନ ଦେବାକୁ କୋର୍ଟ କହିଛନ୍ତି । ଯଦି ଆବଶ୍ୟକ ହୁଏ ତେବେ କୋର୍ଟ ଏହା ଉପରେ ଏକ ବିଶେଷଜ୍ଞ କମିଟି ଗଠନ କରିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ।

ABOUT THE AUTHOR

...view details